ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଡାଏଲିସିସ୍ କେନ୍ଦ୍ର ଲୋକାର୍ପିତ

0
48
ଗୁଣପୁର ଉପଖଣ୍ଡ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨/୨) : ଆଜି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ନୂତନ ଭାବେ ଡାଏଲିସିସ୍ ସେଣ୍ଟର ର ଶୁଭାରମ୍ଭ ହୋଇଯାଇଛି ।WhatsApp Image 2024 02 02 at 14.13.18 ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଡାଏଲିସିସ୍ କେନ୍ଦ୍ର ଲୋକାର୍ପିତ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ସେଣ୍ଟରର ଲୋକାର୍ପଣ କରିଥିଲେ । ଏହା ଦ୍ଵାରା କିଡନୀ ରୋଗୀ ସୁବିଧାରେ ଚିକିତ୍ସିତ ହୋଇପାରିବେ । ଏଥି ପୂର୍ବରୁ ବହୁ ଖର୍ଚ୍ଚାନ୍ତ ହୋଇ ରୋଗି ମାନେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗର, ଶ୍ରୀକାକୁଲମ ଓ ଓଡ଼ିଶାର ଭୁବନେଶ୍ୱର, ବ୍ରହ୍ମପୁର ଭଳି ସହରକୁ ଡାଏଲିସିସ୍ ପାଇଁ ଯାଉଥିଲେ । ବର୍ତ୍ତମାନ ଏହି ସୁବିଧା ବିନା ମୂଲ୍ୟରେ ଗୁଣପୁର ଚିକିତ୍ସାଳୟରେ ପାଇବାରୁ ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।ବର୍ତ୍ତମାନ ଅତ୍ୟାଧୁନିକ ଯନ୍ତ୍ରପାତି ସହ ତିନୋଟି ଵେଡ୍, ଅଭିଜ୍ଞ ଡାକ୍ତର ଓ ବୈଷୟିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଦୈନିକ ୧୨ ଜଣ ରୋଗୀ ଡାଏଲିସିସ୍ ର ସୁବିଧା ପାଇପାରିବେ । ଗୁଣପୁର ଅଞ୍ଚଳର ୭୧ ଜଣ ରୋଗୀ ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ କରିଛନ୍ତି । ରାୟଗଡ଼ା ଜିଲ୍ଲାପାଳ ସତ୍ୟବାନ୍ ମହାଜନ ଏହି ରୋଗ ବିଷୟରେ ସୂଚନା ଦେଇଥିଲେ । ଏହି ଲୋକାର୍ପଣ ସଭାରେ ଆଦିବାସୀ କଲ୍ୟାଣ ଓ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା , ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାଶ, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତରାୟ, ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର, ବିଡିଓ ଶୁଭ୍ରାଞ୍ଜଳୀ ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।