ଭାଗ୍ୟ ପରୀକ୍ଷା ମାଧ୍ୟମରେ ବଣ୍ଟନ ହେଲା ନୂତନ ବସଷ୍ଟାଣ୍ଡର କମ୍ପ୍ଲେକ୍ସ ଗୃହର ହିତାଧିକାରୀ

0
217
ଭାଗ୍ୟ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୨/୦୨) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକର ସଦର ନୂତନ ବସଷ୍ଟାଣ୍ଡରେ ନିୟନ୍ତ୍ରଣ ବଜାର କମିଟି ଗୁଣୁପୁର ଦ୍ବାରା ୧୭ଟି କମ୍ପ୍ଲେକ୍ସ ଗୃହ ନିର୍ମାଣ କରାଯାଇଥିଲା ।WhatsApp Image 2024 02 22 at 10.44.01 ଭାଗ୍ୟ ପରୀକ୍ଷା ମାଧ୍ୟମରେ ବଣ୍ଟନ ହେଲା ନୂତନ ବସଷ୍ଟାଣ୍ଡର କମ୍ପ୍ଲେକ୍ସ ଗୃହର ହିତାଧିକାରୀ

ଭାଗ୍ୟ ପରୀକ୍ଷା ମାଧ୍ୟମରେ ବଣ୍ଟନ ହେଲା ନୂତନ ବସଷ୍ଟାଣ୍ଡର କମ୍ପ୍ଲେକ୍ସ ଗୃହର ହିତାଧିକାରୀ ଏହି କମ୍ପ୍ଲେକ୍ସ ଗୃହ ହସ୍ତାନ୍ତର ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଇ ମଙ୍ଗଳବାର ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦୋକାନ କମ୍ପ୍ଲେକ୍ସ ଗୃହର ଲଟେରୀ ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଗତ ବର୍ଷ ଏହି ଦୋକନ ଗୃହ ଭଡ଼ା ସୂତ୍ରରେ ବ୍ୟବସାୟୀମାନଙ୍କୁ ଦେବା ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ୧୭ଟି ଦୋକାନ ଗୃହ ନିମନ୍ତେ ୨୩୫ଜଣ ଆବେଦନ କରିଥିଲେ । ମଙ୍ଗଳବାର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆବେଦନ‌କାରୀ ମାନଙ୍କ ଉପସ୍ଥିତିରେ ଲଟେରୀ ଉଠାଣ କରାଯାଇଛି ।

ନିଯନ୍ତ୍ରଣ ବଜାର କମିଟି ସମ୍ପାଦକ ଦିଲ୍ଲୀପ କାର୍ଜୀ, କିରାଣି କୃଷ୍ଣ ଚନ୍ଦ୍ର ଗୌଡ଼, ବିଜୟ ମହାନ୍ତି ଏବଂ ସବନ ବାବୁ ଜାନିଙ୍କ ଉପସ୍ଥିତିରେ ଲଟେରୀ ଉଠାଣ କରାଯାଇଥିଲା । ୧୭ ଟି ଗୃହ ମଧ୍ୟରୁ ଗୋଟିଏ ଗୃହ ଭିନ୍ନକ୍ଷମ ଆବେଦନକାରୀଙ୍କ ପାଇଁ ସଂଗ୍ରକ୍ଷଣ ରହିଥିବା ବେଳେ ୧୬ଟି ଦୋକନ ଗୃହ ପ୍ରଦାନ କରାଯାଇଛି । ଲଟେରୀରେ ପାଇଥିବା ବ୍ୟବସାୟୀମାନେ ହେଲେ ପ୍ରମୋଦ ଭାତ୍ରା, ସରୋଜ ପାଢ଼ୀ, ପ୍ରଦୀପ ମିଶ୍ର, ବନଜ ମହାଙ୍କୁଡ଼, ଟି.ତ୍ରିପତି, କିରଣ ସାହୁ, ବ୍ରଜସୁନ୍ଦର ମହାନ୍ତି, ହରି କୁମାର, ଶାନ୍ତି ମହାଙ୍କୁଡ଼, ରବିନ୍ଦ୍ର ସାହୁ, ଅକ୍ଷୟ ରଣା, ସୁଲୋଚନା ବେହେରା, ଭି. ଅଶୋକ କୁମାର, ଜିତେନ୍ଦ୍ର ସାହୁକାର, ନିତ୍ୟାନନ୍ଦ ବେହେରା, ଦୁର୍ଯ୍ୟୋଧନ ବେହେରା ।