କାଶୀନଗର ଅଞ୍ଚଳ ର କାଜୁ ବାଡ଼ ମାଲିକଙ୍କ ଧାରଣା

0
66
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୨) : କାଶୀନଗର ଥାନା ଅଞ୍ଚଳ ର ଖଣ୍ଡାବା ଅଞ୍ଚଳ ରେ ରହିଥିବା କାଜୁ ବାଡ଼ ମାଲିକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।

ପ୍ରକାଶ ଥାଉକି ଖଣ୍ଡାବା ଅଞ୍ଚଳର ପୁରୀତିଗୁଡା ଓ ଖଣ୍ଡାବା ଅଞ୍ଚଳ ର କିଛି କାଜୁ ଚାଷୀ ନିଜ ପୈତୃକ ସମ୍ପତି ହିସାବ ରେ ଆରମଡ଼ା ଇଲାକା ରେ କିଛି କାଜୁ ଜମି ରହିଛି, ଗତ କିଛି ବର୍ଷ ହେଲା ନିଜର ବାଡ଼ ଥିଲେ ସୁଧା ଫସଲ ଆଦିବାସୀ ମାନେ ଜବରଦସ୍ତ ଓ କିଛି ଫଳ ସେମାନେ ପାଇନଥିବା ଅଭିଯୋଗ ହୋଇଛି । ପୋଲିସ କେବଳ କିଛି ଲୋକ ଙ୍କ ନାମ ରେ କେସ କରି ତୁନି ବସିଛି । ହେଲେ ଅଦାଲତ ରେ ମଧ୍ୟ ଅଭିଯୁକ୍ତ ମାନେ ପହଞ୍ଚୁ ନାହାନ୍ତି, ଯାହାଫଳରେ ସେମାନଙ୍କ ନାମ ରେ ୱାରେଣ୍ଟ ମଧ୍ୟ ରହିଛି, ତଥାପି ସେମାନେ ଖୁଲମ ଖୁଲା ବୁଲୁ ଥିବା ଅଭିଯୋଗ କରି କାଜୁ ଚାଷୀ ଗତ ମଙ୍ଗଳବାର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସି ୱାରେଣ୍ଟି ମାନଙ୍କୁ ଗିରଫ କରିବା ଦାବୀ ରେ ବସିଥିବା ଜଣା ଯାଇଛି ।