ନଦୀରେ ବୁଡ଼ିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ

0
62
ନଦୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୨/୦୨) : ନଦୀରେ ବୁଡ଼ିଯାଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଗୁହାଳିଆ ଗ୍ରାମ ର ରଞ୍ଜିତ ଜେନା ବୈତରଣୀ ନଦୀର କୁଣ୍ଡେଶ୍ୱର ଘାଟରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି ।

ରଞ୍ଜିତ ଜେନା ସାଙ୍ଗ ମାନଙ୍କ ସହ ଗାଧୋଇ ଯାଇଥିବା ବେଳେ ନଦୀ ରେ ବୁଡି ଯାଇଥିଲେ । ଖବରପାଇ ସ୍ଥାନୀୟ ଲୋକେ ଦମକଳ ବାହିନୀ ସହାୟତା ରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରଞ୍ଜିତ ସ୍ଥାନୀୟ ଟୁକୁଣା ସଂସ୍କୃତ ମହାବିଦ୍ୟାଳୟରେ +୩ ରେ ଅଧ୍ୟୟନ କରୁଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।