ଜିଆଇଇଟି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

0
70
ଜିଆଇଇଟି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୩/୦୨) : ଗୁଣାତ୍ମକ ଶିକ୍ଷା ସହ ପରିବେଶ ସୁରକ୍ଷା ଓ ସ୍ଥିରତାକୁ ଗୁରୁତ୍ଵ- ଡ଼ ଅନିଲ ଡି ସହସ୍ରବୁଧେ ଗୁଣୁପୁର ର ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 22 at 14.37.00 ଜିଆଇଇଟି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ଜିଆଇଇଟି ବିଶ୍ୱବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଆନୁଷ୍ଠାନିକ ଭାବେ ସମାବର୍ତ୍ତନ ଉତ୍ସବର ପ୍ରାରମ୍ଭ ଘୋଷଣା କରିଥିଲେ । କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ବାର୍ଷିକ ବିବରଣୀ ଉପସ୍ଥାପନା କରି ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ସମ କୁଳାଧିପତି ପ୍ରଫେସର ଡ଼ ଲଳିତ ମୋହନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଗବେଷଣା ମାଧ୍ୟମରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିହେବ ବୋଲି ମତବ୍ୟକ୍ତ କରିବା ସହ ସାମାଜିକ ଦାୟିତ୍ୱ ବିଷୟରେ କହିଥିଲେ ।

ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗଦେଇ ବିଜ୍ଞାନ ଓ ବୈଷୟକ ଗବେଷଣା କ୍ଷେତ୍ରରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି । କଠିନ ପରିଶ୍ରମ ଓ ଏକାଗ୍ରତା ଦ୍ୱାରା ଲକ୍ଷ୍ୟ ହାସଲ କରି ଭାରତକୁ ଏକ ମହାନ ଦେଶ ଭାବେ ଗଢିବାକୁ ଆହ୍ବାନ ଦେଉଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଜାତୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା ଫୋରମ୍ ର ଅଧ୍ୟକ୍ଷ ତଥା ନାକ ର କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ ଏବଂ ଜାତୀୟ ମାନ୍ୟତା ବୋର୍ଡ ର ଅଧ୍ୟକ୍ଷ ପ୍ରଫେସର ଡ଼ ଅନିଲ ଡି ସହସ୍ରବୁଧେ ଯୋଗଦେଇ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ ପଦକ ସହ ସ୍ନାତକରେ ୧୦୩୯ ଜଣଙ୍କୁ ଓ ସ୍ନାତକତ୍ତୋରରେ ୧୨୪୩ ଜଣଙ୍କ ସହ ୨୦ ଜଣଙ୍କୁ ପି ଏଚ ଡି ଡିଗ୍ରୀ ପ୍ରଦାନ କରିଛନ୍ତି ।

ଏହି ସମାବର୍ତ୍ତନ ଉତ୍ସବ ରେ ସୌରଭ ପୃଷ୍ଟି ଙ୍କୁ ସ୍ଵର୍ଣ୍ଣ ପଦକ ରେ ସମ୍ମାନିତ କରିବା ସହ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ କୃତିତ୍ୱ ପାଇଁ ଇ ସି ଇ ବିଭାଗ ର ଛାତ୍ରୀ ବିଷ୍ନୁପ୍ରିୟା ମିଶ୍ରଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ କୃଷି କ୍ଷେତ୍ର ଉଲ୍ଲେଖନୀୟ ଅବଦାନ ଓ ସମାଜ ସେବା ପାଇଁ ଗୁଣୁପୁର ନିବାସୀ ବରିଷ୍ଠ ନାଗରିକ ତଥା କୃଷିବୀତ ଶ୍ରୀ କୃଷ୍ଣ ପ୍ରସାଦ ବେବର୍ତ୍ତାଙ୍କୁ ସମ୍ମାନ ଜନକ ପି ଏଚ ଡି ଉପାଧି ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଡ଼ଃ ସହସ୍ରାବୁଧେ ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଓ ଅବଦାନ ପାଇଁ ପ୍ରଶଂସା କରିବା ସହ ଏହି ବିଶ୍ବବିଦ୍ୟାଳୟ ଆଗାମୀ ଦିନରେ ଶୀର୍ଷ ତାଲିକାରେ ରହିବା ନେଇ ଆଶାବାଦୀ ।

କଠିନ ପରିଶ୍ରମ ଏବଂ ଜୀବନ ସାରା ଶିକ୍ଷା ହି ସଫଳତାର ଚାବିକାଠି ବୋଲି କହିବା ସହ ପରିବେଶ ସୁରକ୍ଷା ଓ ସ୍ଥିରତା ପାଇଁ କାର୍ଯ୍ୟ କରିବା ଓ ବିଶ୍ଵ କୁ ଏକ ପରିବାର ଭାବେ ଗଢିତୋଳିବା ନେଇ ମତବ୍ୟକ୍ତ କରିଥିଲେ। ବିଶ୍ୱବିଦ୍ୟାଳୟର ମହାନିର୍ଦେଶକ ଡ଼ ଜଗଦୀଶ ପଣ୍ଡା, ପରୀକ୍ଷା ନିୟନ୍ତ୍ରକ ଡ଼ ପି ବିଜୟ କୁମାର ,ବିଶ୍ୱ ବିଦ୍ୟାଳୟର ବୋର୍ଡ଼ ସଦସ୍ୟ ବୃନ୍ଦ, ସଂଯୋଜକ ଡ଼ ରାଧା କୃଷ୍ଣ ପାଢ଼ୀ. ସମସ୍ତ ବିଭାଗର ଡିନ, ବିଭାଗର ମୁଖ୍ୟ , ଅଧ୍ୟାପକ ,ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ରେଜିଷ୍ଟ୍ରାର ଡ଼ ଏନ.ଭି.ଜଗନ୍ନାଧା ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଜାତୀୟ ସଂଗୀତ ସମୂହ ଗାନ କରାଯାଇଥିଲା ।