ଯୁବ କୃଷକ ଶୁଭ କରନ ସିଂହଙ୍କ ବର୍ବର ହତ୍ୟା ବିରୋଧରେ ଦେଶ ବ୍ୟାପୀ କଳା ଦିବସ

0
67
ଯୁବ କୃଷକ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୩/୨) : ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ତରଫରୁ ଦେଶ ବ୍ୟାପି କଳା ଦିବସ ପାଳନ ଅବସରରେ, ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭାରେ ଆୟୋଜନ ହୋଇଥିଲା ।WhatsApp Image 2024 02 23 at 18.12.32 ଯୁବ କୃଷକ ଶୁଭ କରନ ସିଂହଙ୍କ ବର୍ବର ହତ୍ୟା ବିରୋଧରେ ଦେଶ ବ୍ୟାପୀ କଳା ଦିବସ

ପଞ୍ଜାବ ସୀମାରେ କେନ୍ଦ୍ର ଏବଂ ହରିୟାଣା ବିଜେପି ସରକାର ଦ୍ୱାରା ଆନ୍ଦୋଳନରତ୍ତ ୨୩ ବର୍ଷିୟ ଯୁବ କୃଷକ ଶୁଭ କରନ ସିଂହଙ୍କୁ ବର୍ବର ହତ୍ୟା ବିରୋଧରେ ମୋଦୀ ସରକାର, କେଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ହରିଆଣା ମୁଖ୍ୟମନ୍ତ୍ରୀ ଖଟର ଏବଂ ରାଜ୍ୟ ଗୃହ ମନ୍ତ୍ରୀ ଅନିଲ ଜିଜଙ୍କ ଇସ୍ତଫା ଦାଵିରେ , ଆଇ ‘ପି’ ସି ଧାରା ୩୦୨ ଅନୁଯାୟୀ ଏଫ୍ ଆଇ ଆର ରୁଜୁ କରିବା, କୃଷକ ନିର୍ଯାତନା, ହତ୍ୟା ଏବଂ ବହୁ ସଂଖ୍ୟାରେ ଟ୍ରାକ୍ଟର କ୍ଷତିର ନ୍ୟାୟିକା ତଦନ୍ତ କରିବା, ଯଥାଶୀଘ୍ର ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡଦେବା, ପ୍ରତିବାଦ କରିବାର ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା କରିବା, ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଦେଇଥିବା ଲିଖିତ ପ୍ରତିଶୃତି କାର୍ଯ୍ୟକାରୀ କରିବା, କୃଷିର କର୍ପୋରେଟକରଣ ବନ୍ଦ କରିବା ଦାବି ନେଇ କଳା ଦିବସ ପାଳନ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମକୁ ତ୍ରିପତି ଗମାଙ୍ଗ (ଜିଲ୍ଲା ସମ୍ପାଦକ) ସଭାପତିତ୍ବ କରିଥିବା ବେଳେ ଅନାସିମ ଶବର (ରାଜ୍ୟ ସଭାପତି AIKM) ,ରାଜେନ୍ଦ୍ର ମାଝୀ, ମିନ ଶବର, ଗାଗାନା ଶବର, ସଞ୍ଜୀବ ଶବର, ମୋଜେସ ବିଡିକା, ଲବ ବିଡିକା, ସଂଗ୍ରାମ ବିଡିକା ପ୍ରମୁଖ ସହଯୋଗ କରିଥିଲେ ।