ଜୈବିକ ମସଲା ଚାଷ ସମ୍ବନ୍ଧୀୟ କୃଷକ ତାଲିମ ଶିବିର

0
34
ଜୈବିକ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୩/୨) : ଆଜି କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଠାରେ ଜୈବିକ ମସଲା ଚାଷ ସମ୍ବନ୍ଧୀୟ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ତାଲିମ୍ ଶିବିରରେ ଗୁଣପୁର, ରାମନାଗୁଡା, ପଦ୍ମପୁର, ଗୁଡ଼ାରୀ ବ୍ଲକର ଶହଶହ ପୁରୁଷ ଓ ମହିଳା ଚାଷି ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାବେ ଡଃ ପର୍ଶୁରାମ ସିଆଳ ( ADR . RRTTS, ସିମିଳିଗୁଡା) ଯୋଗ ଦେଇ ମସଲା ଚାଷର ଉପାଦେୟତା ଓ ଲାଭ କ୍ଷତିର ବିସ୍ତୃତ ବିବରଣୀ ଦେଇଥିଲେ । ପ୍ରଫେସର ଡ଼ଃ ହରପ୍ରସାଦ ମିଶ୍ର (GIETU.ଗୁଣପୁର) ଚାଷୀ ମାନଙ୍କୁ ଜୈବିକ ଉପାୟରେ ମସଲା ଚାଷ ପଦ୍ଧତି ଓ ରୋଗ ପୋକ ନିୟନ୍ତ୍ରଣ ବିଷୟରେ ବୁଝାଇଥିଲେ । କୃଷି ଵିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକା ତଥା ମୂଖ୍ୟ ଡ଼ଃ ସୁସ୍ମିତା ମହାନ୍ତି ଜୈବିକ ଖତ ପ୍ରୟୋଗ ଓ ଏହି ଫସଲ ଦ୍ଵାରା ଚାଷୀ କିପରି ଲାଭବାନ ହୋଇପାରିବ ସେ ବିଷୟରେ କହିଥିଲେ ।

ଡ଼ଃ କିଶୋର (Associate scientist. ICRISAT, ହାଇଦ୍ରାବାଦ) ସମନ୍ଵିତ ଉପାୟରେ ମସଲା କିପରି ଚାଷ କରାଯାଇ ପାରିବ ଆଲୋଚନା କରିଥିଲେ । ସୁବ୍ରତ ସାହୁ (AHO, ଗୁଣପୁର) ମସଲା ଚାଷରେ ସରକାରୀ ଅନୁଦାନ ସମ୍ପର୍କରେ ଚାଷୀ ମାନଙ୍କୁ କହିବା ସହ ଅଦା ଓ ହଳଦୀ ଚାଷ ଅଧିକ ମାତ୍ରାରେ କରିବାକୁ ପରାମର୍ଶ ଦେଇଥିଲେ । ଜାହ୍ନବୀ ଶବର (WEO କୃଷି ବିଭାଗ , ଗୁଣପୁର) ସୁଲଭମୂଲ୍ୟରେ ଚାରା ସଂଗ୍ରହ , ବଜାର ସମସ୍ୟା ଓ ଅନ୍ତ ଫସଲ ସମ୍ପର୍କରେ ଚାଷଙ୍କୁ ବୁଝାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଵା ବେଳେ ବୈଜ୍ଞାନିକ ପରିମଳ ତରାଇ , ନାରାମ ରାମୁ ସହଯୋଗ କରିଥିଲେ ।