ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ରକ୍ତ ପରୀକ୍ଷଣ କାର୍ଯ୍ୟକ୍ରମ

0
26
ସେଞ୍ଚୁରିଅନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୪/୦୨) : ସିକିଲ୍ ସେଲ୍ ଓ ଥାଲାସେମିଆ ରୋଗକୁ ରକିବା ଦିଗରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ସ୍ଵାସ୍ଥ୍ୟ ମିଶନ୍ ଅନ୍ତର୍ଗତ ସିକିଲ୍ ସେଲ୍ ଓ ଥାଲାସେମିଆ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।WhatsApp Image 2024 02 24 at 17.20.37 ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ରକ୍ତ ପରୀକ୍ଷଣ କାର୍ଯ୍ୟକ୍ରମ

ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଆୟଜିତ ଏହି ପରୀକ୍ଷଣ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ଃ ସୁନୀଲ ମହାପାତ୍ରଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମରେ ନିୟୋଯିତ ଥିଲେ । ସେଞ୍ଚୁରିଅନ ବିଦ୍ୟାଳୟରେ ଅଧ୍ୟୟନରତ ୨ରୁ ୨୫ବର୍ଷ ବୟସର ସମସ୍ତ ଛାତ୍ରଛାତ୍ରୀ ମାନେଙ୍କ ରକ୍ତ ନମୁନା ପରୀକ୍ଷା ସକାଶେ ସଂଗ୍ରହ କରଯାଇଥିଲା । ସିକିଲ୍ ସେଲ୍ ଓ ଥାଲାସେମିଆ ରୋଗ ଏକ ବଂଶାନୁକ୍ରମିକ ରକ୍ତ ସମ୍ବନ୍ଧୀୟ ସମସ୍ୟା, ଯାହା ବାପା-ମା’ଙ୍କ ଠାରୁ ପିଲାମାନଙ୍କୁ ଆସିବାର ସମ୍ଭାବନା ଥାଏ ।

ଆମେ ଯଦି ଆମର ରୋଗବାହକ ସ୍ଥିତିକୁ ଜାଣିନେବା ତା ହେଲେ ସିକିଲ୍ ସେଲ୍ ଓ ଥାଲାସେମିଆ ରୋଗ କବଳରୁ ଆଗାମୀ ପିଢିକୁ ମୁକ୍ତ କରି ପାରିବା ଏହାହିଁ ଏହି କାର୍ଯ୍ୟକ୍ରମର ମୂଲ ଉଦ୍ଦେଶ୍ୟ ବୋଲି ଡାକ୍ତର ମହାପାତ୍ର ସୁଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ କୁମାର ପାଢୀ ଓ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ପଞ୍ଜିକରଣ ଓ ରକ୍ତ ପରୀକ୍ଷଣ କିଟ୍ ପ୍ରଦାନ କର୍ଯ୍ୟରେ ସହଯୋଗ କରିଥଲେ ।