ଚଳିତ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ ଭାବରେ ଆୟୋଜନ କରିବା ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0
128
ଚଳିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୪/୦୨) : ଆଜି ସ୍ଥାନୀୟ ରାୟଗଡା ଜିଲ୍ଲାପରିଷଦ ସଦଭାବନା ସମ୍ମିଳନୀ କକ୍ଷରେ ଚଳିତ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ ଭାବରେ ଆୟୋଜନ କରିବା ନିମନ୍ତେ ଓ ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ରାୟଗଡା ଜିଲ୍ଲାପାଳ ଫ୍ଲlୟିଙ୍ଗ ସ୍କୁଆଡ଼, ଷ୍ଟାଟିକ ସୁର୍ଭେଲାନ୍ସ ଟିମ, ଆସିଷ୍ଟାଣ୍ଟ ଏକ୍ସପେଣ୍ଡିଚର ଅବଜରବର, ବିଡ଼ିଓ ଭି୍ୟୁଙ୍ଗ ଟିମ ମାନଙ୍କର ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।WhatsApp Image 2024 02 25 at 10.49.44 1 ଚଳିତ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ ଭାବରେ ଆୟୋଜନ କରିବା ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ସ୍କୁଆଡ଼ ଅlଗାମୀ ସାଧାରଣ ନିର୍ବାଚନ ଓ ଓଡିଶା ବିଧାନସଭା ନିର୍ବାଚନକୁ ମୁକ୍ତ, ଅବାଧ ଓ ସ୍ଵଛ ଭାବରେ ଯେପରି ଆୟୋଜିତ ହେବ ସେଥି ପାଇଁ ସଜାଗ ରହିବ l ପର୍ଯ୍ୟନ୍ତ ଚାଲିବl ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦେଶରେ ଡେପୁଟି କଲେକ୍ଟର ସୂର୍ଯ୍ୟମାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅତିରକ୍ତ କାର୍ଯ୍ୟ ନିର୍ବାହୀ ନରେନ୍ଦ୍ର ନାୟକ, ବିଷମକଟକ ତହସିଲଦାର କେ. ଭେଙ୍କେଟେଶ୍ୱର ରାଓ, ତହସିଲଦାର ରାୟଗଡା ପ୍ରିୟଦର୍ଶିନୀ ସ୍ୱାଇଁ, କାଶୀପୁର ତହସିଲଦାର ସୁନୀଲ ପ୍ରଧାନ, ବାଣିଜ୍ୟ ଓ ବିପଣନ କର ଅଧିକାରୀ ମାନଭଞ୍ଜନ ପ୍ରଧାନ, ଡେପୁଟି କଲେକ୍ଟର କୃଷ ଦାସ, ସହକାରୀ ଜିଲ୍ଲାପାଳ ମୃତ୍ୟଞ୍ଜୟ ବରାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ତାଲିମ ପ୍ରଧାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ବିଡ଼ିଓ, ତହସିଲଦାର ଓ ନିର୍ବାଚନରେ ସାମିଲ ଥିବା ଅନ୍ୟାନ୍ୟ ଅଧିକାରୀମାନେ ତାଲିମ ଗ୍ରହଣ କରିଥିଲେ ।