୩୪ ନୂଆ NAC ଘୋଷଣା, ୫ NAC ମ୍ୟୁନିସିପାଲିଟିକୁ ଉନ୍ନୀତ

0
46
୩୪

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୨) : ରାଜ୍ୟରେ ଆଉ ୩୪ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନିଷ୍ପତ୍ତି । ୫ ଏନଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସେଗୁଡିକ ହେଲା ବୈଦ୍ଧଗଡ, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର, ଆସ୍କା ମ୍ୟୁନିସିପାଲିଟି ହେଲା । ପାଲଲହଡା, ଛେଣ୍ଡିପଦା, ବସ୍ତା, ସିମୁଳିଆ ଏନଏସି ହେଲା । ପାଇକମାଳ, ଭେଡେନ୍ , ଆଗରପଡା, ବେଲପଡା, ସଇଁତଳା ଏନଏସି ହେଲା । ବିଞ୍ଝାରପୁର, ପାଣିକୋଇଲି, ଜାରକା, ଚଣ୍ଡିଖୋଲ ଏନଏସି ହେଲା । ଜୟପାଟଣା, ରାଇକିଆ, ବୋରିଗୁମ୍ମା, ସିନାପାଲି ଏନଏସି ହେଲା ।

ବେତନଟି, ପରଜଙ୍ଗ ଓ କଣ୍ଟାମାଳ ମଧ୍ୟ ଏନଏସି ହେଲା । ସାଲେପୁର, ବଡମ୍ବା, ନରସିଂହପୁର, ନିଆଳି ଏନଏସି ହେଲା । ଶେରଗଡ, କୁକୁଡାଖଣ୍ଡି, କଣ୍ଟିଲୋ, ଟାଙ୍ଗୀ, ବେଗୁନିଆ ଏନଏସି ହେଲା । ଚାନ୍ଦିଲି, ମୁନିଗୁଡା, ବିଷମକଟକ, ଡୁଙ୍ଗୁରିପାଲି, ବଣେଇ ଏନଏସି ହେଲା ।