NAC ଘୋଷଣା କରାନଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା

0
35
NAC

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୫/୦୨) : NAC ଘୋଷଣା ପରେ ସାଧାରଣରେ ତେଜୁଛି ଅସନ୍ତୋଷ । ବାଦ୍ ପଡ଼ିଥିବା ଅଞ୍ଚଳରେ ତୀବ୍ର ହେଲାଣି ପ୍ରତିବାଦ ।

ବଲାଙ୍ଗୀର ଜିଲ୍ଲାର ଲୋଇସିଂହାକୁ NAC ଘୋଷଣା କରାନଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା ଦେଇଛି ଆଞ୍ଚଳିକ ବିକାଶ ପରିଷଦ । ଗତକାଲି ନୂଆ NAC ନେଇ ଘୋଷଣା ହେବା ପରେ ଗତ ସନ୍ଧ୍ୟାରେ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଛି କଂଗ୍ରେସ । ଆଜି ଦଳଗତ ନିର୍ବିସେସର ସମସ୍ତେ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆଞ୍ଚଳିକ ବିକାଶ ପରିଷଦ ଆହ୍ୱାନ କରିଛି । ଦୀର୍ଘବର୍ଷ ହେଲା ଲୋଇସିଂହା କୁ NAC ଘୋଷଣା ଦାବିରେ ଆନ୍ଦୋଳନ ସହ ବଲାଙ୍ଗୀର – ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମାସର ଶେଷ ବୁଧବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖି ଦାବି ଉପସ୍ଥାପନ କରୁଆସୁଥିଲେ ଲୋଇସିଂହା ବାସୀ ।

ଅନ୍ୟପଟେ ବଙ୍ଗୋମୁଣ୍ଡାକୁ ମଧ୍ୟ NAC ଘୋଷଣା କରାନଯିବାକୁ ନେଇ ତେଜୁଛି ଅସନ୍ତୋଷ। ବିଧାନସଭା ରେ ବିଭିନ୍ନ ସମୟ ରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଛନ୍ତି । ଏ ନେଇ ବିଭାଗୀୟ ମନ୍ତ୍ରୀ ବଙ୍ଗୋମୁଣ୍ଡା କୁ ବିଜ୍ଞାପିତ ଅଂଚଳ ପରିଷଦ କରିବା ପାଇଁ ପ୍ରସ୍ତାବ ଅଛି ବୋଲି କହିଥିଲେ । ଅଥଚ ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଜେଡି ସରକାର ପ୍ରତି ଅଞ୍ଚଳରେ ଦାନା ବାନ୍ଧୁଛି ଅସନ୍ତୋଷ ।