ସଚିବାଳୟ ଘେରାଉ ପାଇଁ ପ୍ରସ୍ତୁତି ବୈଠକ

0
128
ସଚିବାଳୟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୪/୨) : ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବାସଭଵନରେ ଆଜି ଅପରାହ୍ନରେ ସଚିବାଳୟ ଘେରାଉ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଯାଇ ସଚିବାଳୟ ଘେରାଉ କରିବା ପାଇଁ ଆଲୋଚନା କରାଯାଇଥିବା ଜଣାପଡିଛି । ନୂତନ ଭାବେ ଦାୟିତ୍ଵ ନେଇଥିବା ସଭାପତି ଶଶୀ ପାତ୍ରଙ୍କୁ ଏହି ଅବସରରେ ସ୍ୱାଗତ କରା ଯାଇଥିଲା । ଜିଲ୍ଲାର ସମସ୍ତ ବ୍ଲକ ଓ ଏନ.ଏ. ସି. ମ୍ୟୁନିସିପାଲଟିରୁ ଏକ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଯୋଗ ଦେବାପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଆଶାୟୀ ପ୍ରାର୍ଥୀ ମାନେ ଦଳୀୟ ସଭାପତିଙ୍କ ପରାମର୍ଶ ନେଇ ଅଞ୍ଚଳ ଗସ୍ତ କରନ୍ତୁ ଏବଂ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଗୋଟିଏ ଉପ ସଭା ପତି, ସାଧାରଣ ସମ୍ପାଦକ, ତିନି ଜଣ ସମ୍ପାଦକ, ଛଅ ଜଣ ଲେଖାଏଁ ଜିଲ୍ଲା କଂଗ୍ରେସ କମିଟି ରେ କର୍ମ କର୍ତ୍ତା ଭାବରେ ରହିବେ, ତେଣୁ ସଭାପତି ମାନେ ଏ ନେଇ ଏକ ତାଲିକା ପ୍ରସ୍ତୁତି କରି ପ୍ରଦାନ କରିବା ପାଇଁ ଅନୁରୋଧ କରି ଥିଲେ ।

ଆଶାୟୀ ପ୍ରାର୍ଥୀ ମାନେ ଦଳୀୟ ସଭାପତିଙ୍କୁ ଆଣଦେଖା କରି ଅଞ୍ଚଳ ଗସ୍ତ କରୁଥିବାରୁ ନେତା ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଦେଶ କଂଗ୍ରେସ କମିଟି ତାଲିକାରେ ଯେଉଁ ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତିଙ୍କ ନାମ ତାଲିକାରେ ଅଛି ସେମାନେ ନିର୍ବାଚନ ସମାପ୍ତ ହେବା ପର୍ଯ୍ୟନ୍ତ ରହିବେ, ଏହା ପି.ସି.ସି. ସଭାପତିଙ୍କ ନିର୍ଦ୍ଦେଶ ରହିଛି ବୋଲି ଜ଼ିଲ୍ଲା ସଭା ପତି ଶଶୀ ପାତ୍ର ବୈଠକରେ ପ୍ରକାଶ କରିଥିଲେ । ପୂର୍ବତନ ଯୁବ କଂଗ୍ରେସ ଜିଲ୍ଲା ସମ୍ପାଦକ ରଞ୍ଜିତ ପଟ୍ଟନାୟକ, ପୂର୍ବତନ କୋରାପୁଟ ପୌରାଧକ୍ଷ ଭଗବାନ ବାହିନୀପତି, ଶୂକ୍ରା ଖରା, ବେଣୁଧର ପାତ୍ର,ଅର୍ଜୁନ ବାଙ୍କ,ଗୋକୁଳ ପଟ୍ଟନାୟକ, ଭବାନି ରଥ, ଅଶୋକ ଗନ୍ତାୟତ ,ବାବୁଲା ବେନିୟା, ରମେଶ ଖରା,କୃଷ୍ଣ କୁଲଦୀପ , କୋଟପାଡ଼ ବ୍ଲକର ପୂର୍ବତନ ଅଧକ୍ଷ ନୀଳକଣ୍ଠ ପୂଜାରୀ, କୋଟପାଡ଼ ନଗର କଂଗ୍ରେସ କମିଟି ସଭାପତି ବାପୁନ ତ୍ରିପାଠୀ,ସୁକାନ୍ତ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ଏବଂ ବିଧାୟକ ଓ ସାଂସଦ ଆଶାୟୀ ପ୍ରାର୍ଥୀ ଉପସ୍ଥିତ ଥିବା ଜଣା ଯାଇଛି ।

ଜୟପୁର ମାନ୍ୟବର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତିଙ୍କ ଦୀର୍ଘ ଦିନର ଦାବି ଯୋଗୁଁ ଆଜି ବୋରିଗୁମ୍ମା କୁ ଏନ.ଏ.ସି. ଭାବେ ସରକାର ଘୋଷଣା କରିଥିବାରୁ ଶ୍ରୀ ବାହିନୀପତିଙ୍କୁ ଏହି ବୈଠକରେ କର୍ମୀ ଓ ନେତା ସାଧୁ ବାଦ ଜଣାଇଥିବା ବେଳେ ଆସନ୍ତା ୨୬ ତାରିଖରେ ରାଜ୍ୟ ସରକାରଙ୍କ ଅପାରଗତାକୁ ବିରୋଧ କରି କଂଗ୍ରେସ ତରଫରୁ ସଚିବାଳୟ ଘେରାଉ ନିଷ୍ପତ୍ତି ନିଆ ଯାଇଥିବା ଜଣା ପଡ଼ିଛି ।