ରାଇକିଆ କୁ ଏନଏସି ମାନ୍ୟତା, ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା

0
79
ରାଇକିଆ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୬/୦୨) : କନ୍ଧମାଳ ଜିଲ୍ଲା ରାଇକିଆ କୁ ଏନଏସି ମାନ୍ୟତା ମିଳିଛି । ଶନିବାର ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ୩୪ ଗୋଟି ନୂତନ ଏନଏସି ତାଲିକାରେ ରାଇକିଆ କୁ ସାମିଲ କରାଯାଇଛି ।

ଅଞ୍ଚଳବାସୀଙ୍କ ଦୀର୍ଘଦିନ ର ଦାବୀ ପୂରଣ ହୋଇଥିବାରୁ ରାଇକିଆ ସହର ରେ ସବୁଠି ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ଏନଏସି ଗଠନ ପାଇଁ ସମସ୍ତ ଆବଶ୍ୟକତା ପୂରଣ ସହିତ ୨୦୨୧ ରେ ସ୍ଵତନ୍ତ୍ର ଗ୍ରାମ ସଭା ଓ ସମିତି ବୈଠକରେ ଅନୁମୋଦନ ହୋଇଥିଲା । ଘୋଷଣା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି । ଲୋକେ ବାଣ ଫୁଟାଇ ରାଜ୍ୟ ସରକାରଙ୍କ ଏହି ନିଷ୍ପତି କୁ ସ୍ଵାଗତ ଜଣାଇଥିଲେ । ସନ୍ଧ୍ୟାରେ ମୁଖ୍ୟ ବଜାର ଚାରିଛକ ଠାରେ ସ୍ୱତନ୍ତ୍ର ଧନ୍ୟବାଦ୍ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସଙ୍ଗଠନ, ବ୍ୟକ୍ତି ବିଶେଷ ତରଫରୁ ମୂଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।