ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘ ପକ୍ଷରୁ ପଞ୍ଜୀକୃତ ପରିଚୟ ପତ୍ର ପ୍ରଦାନ

0
120
ଓଡିଶା କୋଠାବାଡ଼ି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୬/୦୨) : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଗ୍ରାମ ପଞ୍ଚାୟତ ସୋରିଷ ପଦର ଛକ ଠାରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘ ପକ୍ଷରୁ ନିର୍ମାଣ ଶ୍ରମିକ ଅଣ ସଂଘଠୀତ ଶ୍ରମିକ ଓ ପ୍ରବାସୀ ଶ୍ରମିକ ମାନଙ୍କୁ ଜିଲ୍ଳା ଶ୍ରମ ବିଭାଗ ପକ୍ଷରୁ ପଞ୍ଜୀକୃତ ପରିଚୟ ପତ୍ର ପ୍ରଦାନ କରିବା ସହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।WhatsApp Image 2024 02 25 at 20.52.47 ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘ ପକ୍ଷରୁ ପଞ୍ଜୀକୃତ ପରିଚୟ ପତ୍ର ପ୍ରଦାନ

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘର ଜିଲ୍ଲା ସଂପାଦକ ଖଗେଶ୍ବର ସିଂଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ବାଦଲ ତା, ସମ୍ମାନିତ ଅତିଥି ଭାବରେ ନିର୍ମାଣ ଶ୍ରମିକ ମହାସଂଘ ର ସଭାପତି ନିରଂଜନ ପାତ୍ର, କୋଠାବାଡ଼ି ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଦୀନବନ୍ଧୁ ସାହୁ, ନୂତନ ଓଡ଼ିଶା ଓ ଟୁଡେ ନିୟୁଜ୍ ର ସଂପାଦକ ହିମାଂଶୁ ପଣ୍ଡା, ନିର୍ମାଣ ମହାସଂଘର ଉପଦେଷ୍ଟା ଚିତ୍ତରଞ୍ଜନ ଓ ସରପଞ୍ଚ ବାଙ୍ଗାରି ଦିସାରି, ଲୀଳା ବତୀ ମାଣ୍ଡିଙ୍ଗା, ଯଦୁମଣି ମାଝି ଚୁମକି ମାଝି ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ କାଶିପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହାର ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ଗୁଡ଼ିକୁ ବ୍ଲକରେ ବିଭିନ୍ନ ଜନ ହିତକାରୀ ଯୋଜନା ତଥା ଉଦ୍ୟଗି ମାନ ପ୍ରତିଷ୍ଠା କରୁଛନ୍ତି । ପରିତାପର ବିଷୟ ଏହା ଯେ, ସେଗୁଡିକ ଲୋକ ଲୋଚନକୁ ନ ଆସିବା କାରଣରୁ ନାହିଁ ନ ଥିବା ଆର୍ଥିକ ଅନଟନର ଶିକାର ହେଉଛନ୍ତି ଅଞ୍ଚଳ ବାସି । ଯାହାଦ୍ବାରା ବ୍ଲକର ଅନେକ ଗୁଡ଼ିଏ ଯୁବକ ଯୁବତୀ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଯାହାଦ୍ବାରା ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବା ସହ ଶୋଷଣର ମଧ୍ୟ ଶିକାର ହେଉଛନ୍ତି । କାରଣ, ଯେଉଁ ଦାଦନ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇ କାମ କରୁଛନ୍ତି ଉକ୍ତ ଠିକାଦାରଙ୍କ ନାମ ଜାଣୁ ନାହାନ୍ତି, ଫୋନ୍ ନମ୍ୱର୍ ରଖୁ ନାହାଁନ୍ତି, ପୋଲିସ ଷ୍ଟେସନର ନାମ ମଧ୍ୟ ଜାଣୁ ନାହାନ୍ତି ଯାହାଦ୍ବାରା କି ଶୋଷଣ ହେଉଥିଲେ ସୁଦ୍ଧା ପୁଲିସ୍ ଷ୍ଟେସନକୁ ଯାଇ ପାରୁ ନାହାଁନ୍ତି ।

ଏପରିକି ନିଜ ଅଞ୍ଚଳର ଶ୍ରମ ବିଭାଗ ଅଧିକାରି କିମ୍ଵା କର୍ମଚାରୀଙ୍କ କିମ୍ଵା କୌଣସି ଶ୍ରମିକ ସଂଘଠନର ଠିକଣା କିମ୍ଵା ଫୋନ ନମ୍ୱର୍ ଜାଣି ନ ଥାଉଛନ୍ତି। ଆର୍ଥିକ ଅନଟନ କାରଣରୁ ପାରିବାରିକ ଅସୁବିଧାକୁ ଦୃଷ୍ଟିରେ ରଖି , କିଛି ଅସାମାଜିକ ଦଲାଲ୍ ମାନେ ଆସି ନାନା ପ୍ରକାର ପ୍ରୋଲଭନ ଦେଖାଇ କିଛି ଟଙ୍କା ହାତରେ ଦେଇ ନିରୀହ ଆଦିବାସୀଙ୍କୁ ଅନ୍ୟ ରାଜ୍ୟ କୁ ଚାଲାଣ କରି ଦେଉଛନ୍ତି । ଦଲାଲ୍ ମାନେ ଯେଉଁ ମୋବାଇଲ ନମ୍ବର ଦାଦନ ମାନଙ୍କୁ ଦେଇ ଥାଉଛନ୍ତି । ପର ମୁହୂର୍ତରେ ତାହା ସ୍ୱିଚ ଅଫ ଦେଖାଇ ଥାଏ ।

ଏପରି ସ୍ଥିତି ବାରମ୍ଵାର ଘଟୁଥିବା ହେତୁ ବର୍ତ୍ତମାନ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘ ଏହାର ପ୍ରତିକାର କିଭଳି କରାଯାଇ ପାରିବ ସେ ନେଇ ଏକ ବୈଠକ ଅନୁଷ୍ଠିତ କରିବା ସହ ନିର୍ମାଣ ଶ୍ରମିକ ଅଣ ସଂଘଠୀତ ଶ୍ରମିକ ମାନଙ୍କୁ ପଞ୍ଜୀକୃତ କାର୍ଡ ବାଣ୍ଟିବା ସହ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କିଛି ବୃଦ୍ଧ ଓ ବୃଦ୍ଧା ମହିଳା ମାନଙ୍କୁ ବସ୍ତ୍ର ଦାନ କରଯାଇଥିଲା । ଏଣୁ ଆଗାମୀ ଦିନରେ ଜନ ହିତକାରୀ ଯୋଜନା ଗୁଡ଼ିକ କିଭଳି କାର୍ଯ୍ୟକାରୀ ହେବ ତାହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।