ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

0
48
ବ୍ଲକ ସ୍ତରୀୟ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିୟନ୍ତ୍ରିତ ବଜାର ପରିସର ଧର୍ମଶାଳା ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 25 at 19.31.16 ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ଏହି ଶିବିରରେ ସୁବର୍ଣ୍ଣପୁର ପ୍ରଭାଗୀୟ ଆୟୁକ୍ତ ଡ଼ିଳେଶ୍ବର ଖାଖାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓ ସମ୍ମାନିତ ଅତିଥିଭାବରେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବୀରମହାରାଜପୁର ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସି, ଟ୍ରେଡ଼ ୟୁନିୟନ ସମନ୍ଵୟ ସମିତି ସଭାପତି ଗୋବିନ୍ଦ ମହାରଣା, କେଶନ ଜଗଦଲା, ସରପଞ୍ଚ, ମୁଣ୍ଡଘାଟ ସରପଞ୍ଚ କେଶନ ଜଗଦଲା ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରିଥିଲେ ।

ଏହି ଶିବିରରେ ସର୍ବମୋଟ ୨୧୨୮ଜଣଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଅଛି, ସେଥି ମଧ୍ୟରୁ ଶିକ୍ଷା ସହାୟତା ପାଇଁ ୮୮୫ ଜଣଙ୍କୁ ୪୩ ୯୨୮୦୦ଟଙ୍କା, ପ୍ରସୂତି କାଳୀନ ସହାୟତା ପାଇଁ ୧୨୨ ଜଣଙ୍କୁ ୧୨,୨୦ ,୦୦୦ ଟଙ୍କା, ବିବାହ ସହାୟତା ପାଇଁ ୮୫୦ଜଣଙ୍କୁ ୪୨୫୦୦୦୦୦ ଟଙ୍କା, ଅନ୍ତେଷ୍ଟି କ୍ରିୟା ସହାୟତା ପାଇଁ ୧୪୬ ଜଣଙ୍କୁ ୭ ,୩୦ ,୦୦୦ ଟଙ୍କା ମୃତ୍ୟୁ କାଳୀନ ସହାୟତା ପାଇଁ ୧୨୫ଜଣଙ୍କୁ ୨୪୮୦୦ ୦୦୦ ଟଙ୍କା ପ୍ରଦାନ କରାଯିବାର ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଖାଖା ଘୋଷଣା କରିଥିଲେ ତନ୍ମଧ୍ୟରୁ ସର୍ବମୋଟ ୧୯ଜଣ ହିତାଧିକାରୀଙ୍କୁ ମୁଖ୍ୟଅତିଥି ବିଧାୟକ ବୀରମହାରାଜପୁର ବିଧାୟକ ଶ୍ରୀ ବେହେରା ମଞ୍ଚରେ ଡେମୋ ଚେକ ପ୍ରଦାନ କରିଥିଲେ ।

ଅବଶିଷ୍ଟ ହିତାଧୁକାରୀ ମାନଙ୍କ ବିଭିନ୍ନ ସହାୟତା ରାଶି ତାଙ୍କ ବ୍ୟାଙ୍କ ଜମା ଖାତାରେ ଜମା କରାଯିବ ବୋଲି ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଏହି ସଭାରେ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ବାଙ୍କା ବିହାରୀ ମହଲା ତାଙ୍କୁ ସହାୟତା କରିଥିଲେ ଅନିତା ନାଗ, ପ୍ରିୟ ଦର୍ଶିନୀ ପ୍ରଧାନ, ନାରାୟଣ ବିଶି, ଦୟା ପାଣ୍ଡେ ଓ ଦୁଇ ଜଣ ସହଶ୍ରମ ଅଧିକାରୀ ଯଥା ସ୍ପିନିତା କୁମାରୀ ଦେବୀ ଓ ଚିନ୍ମୟ ମେହେର ବିଶେଷ ଭାବରେ ଏହି ସଭାରେ ସହଯୋଗ କରିଥିଲେ ଏବଂ ଶେଷରେ ଉଲୁଣ୍ଡା ବ୍ଲକର ସହକାରୀ ଶ୍ରମ ଅଧିକାରୀ ଲିପକରାଜ ନାଏକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।