ଧାନକଳରେ ଶାଢ଼ୀ ଲାଗି ମହିଳାଙ୍କ ଶୋଚନୀୟ ମୃତ୍ୟୁ

0
40
ଧାନକଳରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୨୬/୦୨) : ସିନାପାଲି ଥାନାରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ଧାନକଳରେ ମହିଳାଙ୍କ ଶାଢ଼ୀ ଲାଗି ମହିଳାଙ୍କ ଶୋଚନୀୟ ମୃତ୍ୟୁ

ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଗ୍ରାମରେ ଏକ ଧାନକଳରେ ଶାଢ଼ୀ ଲାଗି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକ ମହିଳାଙ୍କ ମୁଣ୍ଡ ଦେହରୁ ଅଲଗା ହୋଇ ଯାଇଥିଲା । ମୃତ ମହିଳା ହେଲେ ହୀରାପୁର ଗାଁର ତୁଲସେ ବନ୍ଦୀଛୋର । ଚାଉଳ ପ୍ରସ୍ତୁତି ପାଇଁ ସେ ଧାନକଳକୁ ଧାନ ଆଣିଥିଲେ । ହଠାତ ମହିଳାଙ୍କ ଶାଢ଼ୀ ଧାନକଳରେ ଲାଗି ଯିବାରୁ ଘଟଣା ସ୍ଥଳରେ ତୁଲସେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।