ଅଟୋ ଆଗକୁ ବାରହା ଆସିଯିବାରୁ ୫ ଗୁରୁତର

0
45
ଅଟୋ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୬/୦୨) : ଅଟୋ ଆଗକୁ ବାରହା ଆସିଯିବାରୁ ୫ ଗୁରୁତର ଆହାତ । ବଡ଼ ରାମପଲ୍ଲି ଗ୍ରାମ ନିକଟରେ ଏକ ଆଜି ସନ୍ଧ୍ୟା ୭ ‘୩୦ ସମୟରେ ଅଟୋ ରେ ନିଜ ସମ୍ପର୍କୀୟ ଭୋଜି କାର୍ଯ୍ୟକ୍ରମ ଶେଷ କରି ନିଜ ଗ୍ରାମ ଆଛୁଳି କୁଫେରୁଥିବା ବେଳେ ବଡ଼ ରାମ ପଲ୍ଲି ଗ୍ରାମ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ।

ରାମପଲ୍ଲି ଗ୍ରାମ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ସେଥିରେ ବସିଥିବା ଯାତ୍ରୀ ସୁଦଷ୍ଟା ବେହେରା, ଧନେଶ୍ୱର ବେହେରା, ଭାରତୀ ବେହେରା, କୁମାରୀ ବେହେରା, କୃଷ୍ଣ ବେହେରା, ଗୁରୁତ୍ୱ ହୋଇଥିବା ପଛରେ ଆସୁଥିବା ସମ୍ପର୍କୀୟ ମାନେ ଘଟଣା ସ୍ଥଳରୁ ୧୦୮ କୁ ଫୋନ କରିଥିବା କୌଣସି ଆମ୍ବୁଲାନ୍ସ ନ ଆସିବାରୁ ପୁଣି ଏକ ଅଟୋ ସାହାଯ୍ୟ ପୁରୁଷୋତ୍ତମପୁର ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତି କରାଯାଇଥିଲା । ଡାକ୍ତର ସମସ୍ତ ଗୁରୁତ୍ୱଙ୍କୁ ଚିକିତ୍ସା କରି ସେଥିରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ପୁଣି ୧୦୮ କୁ ଫୋନ କରାଯାଇଥିଲା କିନ୍ତୁ ଆମ୍ବୁଲାନ୍ସ ତିନୋଟି ବିଭିନ୍ନ ସ୍ଥାନରୁ ଆସୁଥିବାରୁ ପ୍ରାୟ ଏକ ଘଣ୍ଟା ୩୦ ମିନଟ ବିଳମ୍ବ ହେବାରୁ ଗୁରୁତ୍ୱଙ୍କ ଅବସ୍ଥା ସଂକଣ୍ଟାସ୍ପନ ଥିବାରୁ ପରିବାରବର୍ଗ ମାନେ କିଛି ସମୟ ପାଇଁ ମେଡିକାଲ ବ୍ୟବସ୍ଥା କଟାକ୍ଷ କରିବା ସହିତ ହୋହାଲ୍ଲା କରିଥିବାରୁ ପୋଲିସ କର୍ମଚାରୀ ମେଡିକାଲରେ ପହଞ୍ଚି ଗୁରୁତ୍ୱଙ୍କ ପରିବା ଓ ସମ୍ପର୍କୀୟ ମାନଙ୍କୁ ବୁଝା ସୁଜାକରି ଶାନ୍ତ କରାଇଥିଲେ ।