ମା ତାରିଣୀଙ୍କ ୫ମ ବାର୍ଷିକ ଉତ୍ସବ ଉପଲକ୍ଷେ ପୂର୍ଣାହୁତି

0
135
ମା ତାରିଣୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୬/୨) : ଢେଙ୍କାନାଳ ଶାସନ ଛକରେ ଥିବା ମା ତାରିଣୀଙ୍କ ପୀଠରେ ମା’ଙ୍କ ୫ମ ବାର୍ଷିକ ଉତ୍ସବର ଆଜି ପୂର୍ଣାହୁତି ହୋଇଯାଇଅଛି ।

ପ୍ରଥମ ଦିନରେ ସ୍ଥାନୀୟ ଜେଲପୋଖରୀ ଠାରେ ପୂଜାର୍ଚ୍ଚନା କରାଯାଇ ୧୦୮ରୁ ଉର୍ଦ୍ଧ୍ବ ମହିଳା ବାଦ୍ୟ ଦ୍ବାରା ସହର ପରିକ୍ରମା କରାଯାଇ ପୀଠରେ ପହଁଚିବା ସହ ମା’ଙ୍କର ପୂଜାର୍ଚ୍ଚନା ଓ ଅଧୁବାସ ପୂଜା ଆରମ୍ଭ ହୋଇଥିଲା । ୨୪, ୨୫ ଓ ୨୬ ତିନିଦିନ ଧରି ମା’ଙ୍କ ସୂର୍ଯ୍ୟପୂଜା, ମଣ୍ଡଳପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡିପାଠ, ସପ୍ତଚଣ୍ଡୀ ଆହୁତି ପ୍ରଭୃତି ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ଅଦ୍ୟ ପୂର୍ଣାହୁତି ଅବସରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ପୂଜକ ଲିଙ୍ଗରାଜ ପତି, କର୍ତା ଶ୍ରୀକାନ୍ତ ସାମଲ ଓ କର୍ତୀ ବେବିନା ସାମଲ, ସଭାପତି ଶରତ କୁମାର ବେହେରା, ସମ୍ପାଦକ ନକୁଳ ବେହେରା, ସହ-ସମ୍ପାଦକ ଲକି ବେହେରା, କୋଷାଧ୍ୟକ୍ଷ ଦିଲିପ୍ ବେହେରା ଓ ସମୀର ବେହେରା, ପଂଟୁ ମେହେର, ଟିକି ସାହୁ, ଚିଂଚ ବେହେରା, ସମ୍ରାଟ, ଚିକୁ, ଚନ୍ଦୁ, ସାଇ, ଓମ୍, କ୍ରିଷ୍ଣା, କାହ୍ନା, ଲକି, ଛୋଟୁ, ସାନୁ ଓ ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଥିଲା ।