ଅପହୃତ ବ୍ୟବସାୟୀ ଗୋଶାଳା ନିକଟରୁ ଉଦ୍ଧାର , ମାଡମାରି ଲୁଟିନେଲେ ୮୦ ହଜାର ଟଙ୍କା

0
54
ଅପହୃତ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୦୨) : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହରରେ ଏକ କୀଟନାଶକ ଔଷଧ ଓ ସାର ବ୍ୟବସାୟୀଙ୍କୁ ଅପହରଣ କରି ମାଡ଼ ମାରି ୮୦ ହଜାର ଟଙ୍କା ଲୁଟି ନେଇଥିଲେ

ଅପହୃତ ବ୍ୟବସାୟୀ ଗୋଶାଳା ନିକଟରୁ ଉଦ୍ଧାର । ପୁଲିସ ସୁଚନା ଅନୁସାରେ ଦାନୀପାଲି ଗ୍ରାମର ବ୍ୟବସାୟୀ ଅଶୋକ ଦାନୀ ବିନିକା ସହରର କଲେଜ ଛକ ରେ ଏକ କୀଟନାଶକ ଔଷଧ ଦୋକାନ ରହିଛି । ସେ ଦୋକାନ ବନ୍ଦ କରି ରାତି ୮.୩୦ ସମୟରେ ତାଙ୍କର ମୁନସି ମହୁଲପାଲି ଗ୍ରାମର ବବୁଲୁ କର୍ଣ୍ଣ ଙ୍କ ସହ ବାଇକ ଯୋଗେ ନିଜ ଘର ଦାନୀପାଲି କୁ ଯାଉଥିଲେ । ଠିକ ସେହି ସମୟରେ କିଆ ସୋନେଟ ୟୁପି ନମ୍ବର ଥିବା ଏକ ଗାଡି ଦୃତ ଗତିରେ ଆସି ଶ୍ରୀ ଦାନୀଙ୍କୁ ଜୋର ଜବରଦସ୍ତି ଅପହରଣ କରି ନେଇ ଯାଇଥିଲେ । ବାବୁଲୁ କୁ ମଧ୍ୟ ଗାଡିରେ ବସାଇବାକୁ ଚେଷ୍ଟା କରିଥିଲେ ହେଁ ସେ କୌଶଳ କ୍ରମେ ସେଠାରୁ ଛଡାଇ ହୋଇ ଖସି ପଳାଇ ଯାଇଥିଲେ ।

ପରେ ପରିବାର ଲୋକ ବିନିକା ଥାନାକୁ ଖବର ଦେଇଥିଲେ । ପୁଲିସ ତତ୍ପରତା ଦେଖାଇ ବିଭିନ୍ନ ଥାନା କୁ ଖବର ଦେଇଥିଲା । ଗୋଡ଼ଭଗା ରେ ପୁଲିସ ଗାଡି ମଟର ଯାଞ୍ଚ କରୁଥିବା ବେଳେ ଉକ୍ତ ଗାଡି ଦୃତଗତିରେ ସେଠାରୁ ଖସି ଯାଇଥିଲା । ଅପହରଣକାରୀ ମାନେ ଧରା ପଡିଯିବା ଭୟରେ ଗୋଶାଳା ନିକଟରେ ଶ୍ରୀ ଦାନୀଙ୍କୁ ଛାଡିଦେଇ ଫେରାର ମାରିଥିଲେ । ତାଙ୍କ ଠାରୁ ୮୦ହଜାର ଟଙ୍କା ଲୁଟ କରିଥିବା ସହ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ସେମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ସେ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ସେ ନିଜେ ବିନିକା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛିନ୍ତି ।