ବିନିକା କୁ ସବଡିଭିଜନ ଦାବୀ ନେଇ ଶାନ୍ତିପୁର୍ଣ୍ଣ ଭାବରେ ବନ୍ଦ ପାଳନ

0
47
ବିନିକା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୦୨): ଆଜି ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳ ବାସୀ ପକ୍ଷରୁ ବିନିକା ସହରକୁ ସବଡ଼ିବିଜନ ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି ।WhatsApp Image 2024 02 27 at 20.12.47 1 ବିନିକା କୁ ସବଡିଭିଜନ ଦାବୀ ନେଇ ଶାନ୍ତିପୁର୍ଣ୍ଣ ଭାବରେ ବନ୍ଦ ପାଳନ

ଭୋର ସକାଳ ୬ଟାରୁ ବିନିକା ଅଞ୍ଚଳ ବସୀ ଏକତ୍ରୀତ ହୋଇ ବିନିକା – ସୋନପୁର ମୂଖ୍ୟରାସ୍ତା ଏମଡ଼ିଆର ୩୯ ବିନିକା ମହାନଦୀ ଛକ ଠାରେ ଟାୟାର ଜାଳି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିନ ୧୦ ଘଣ୍ଟା ସମୟରେ ଜନସାଧାରଣ ବୃନ୍ଦ ସମସ୍ତ କାର୍ଯ୍ୟଳୟଗୁଡ଼ିକୁ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ । ରାସ୍ତାରୋକ ହେବା ଫଳରେ ରାସ୍ତାରେ ଶହ ଶହ ଗାଡ଼ି ମଟର ଅଟକି ରହି ଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଜରୁର କାଲୀନ ସେବାକୁ ବାଦ ଦେଇ ବନ୍ଦରେ ସମସ୍ତ ସ୍କୁଲ, କଲେଜ,ସରକାରୀ, ବେସରକାରୀ ଅଫିସ, ଦୋକାନ, ବଜାର ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥବାରୁ ଜିବନ ଯାତ୍ରା ବ୍ୟାହାତ ହୋଇଥିଲା ।

ସୂଚନା ଯୋଗ୍ୟ ସୁବର୍ଣ୍ଣପୁର ଜିଲ୍ଲା ର ଦ୍ବିତୀୟ ସର୍ବ ବୃହତ ବାଣିଜ୍ୟ କେନ୍ଦ୍ର ହେଉଛି ବିନିକା । ବିନିକା ଐତିହ୍ୟ ସଂସ୍କୃତି ଏବଂ ସାମାଜିକ ବିଧିବ୍ୟବସ୍ଥା ସମଗ୍ର ରେ ସୁବର୍ଣ୍ଣପୁର ଜିଲ୍ଳା ଗଠନ ହେବା ପରେ ବିନିକାକୁ ସବଡ଼ିଭିଜନ ମାନ୍ୟତା ସହ ବିଭିନ୍ନ ମୈାଳିକ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ କସରତ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ଦିର୍ଘ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଂଚଳବାସୀଙ୍କ ଏସବୁ ଦୀର୍ଘ ଦିନର ଦାବି ରାଜନୈତିକ ପେଡ଼ିରେ ବାନ୍ଧି ହୋଇ ରହି ଥିବା ଆଲୋଚନା ହେଉଛି । ବିନିକା ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ବିନିକା ସବ୍ଡ଼ିଭିଜନ ଘୋଷଣା ।

ପ୍ରକାଶ ଥାଉକି , ରାଜ୍ୟ ସରକାର ରାଜ୍ୟରେ କିଛି ସବଡ଼ିବିଜନ ବୃଦ୍ଧି କରିବାକୁ ପ୍ରସ୍ତାବ ଗ୍ରହଣ କରି ଏକ ନାମତାଲିକା ପ୍ରକାଶନ କରିଥିଲେ ଯେଉଁଥିରେ ବିନିକା ନାମ ତୃତିୟ ସ୍ଥାନ ରହିଥିବା ବିଭିନ୍ନ ପତ୍ର ପତ୍ରୀକାରେ ପ୍ରକାଶିତ ହୋଇଥିଲା । ଗତ ବିନିକା ପଞ୍ଚାୟତ ସମିତି ଓ ଏନଏସି ନିର୍ବାଚନ ପରେ ବିନିକା ଏନଏସି ଅଧ୍ୟକ୍ଷ ଓ ଉପାଧକ୍ଷା ଓ ବିନିକା ପଞ୍ଚାୟତ ଅଧ୍ୟାକ୍ଷା ଓ ଉପାଧକ୍ଷ ତଥା ବିନିକା ଅଞ୍ଚଳର ଜନସାଧାରଣ ଙ୍କ ଦାବିକୁ ଗୁରୁତ୍ବ ଦେଇ ୫ଟି ସଚିବକୁ ଭେଟି ବିନିକାକୁ ଶିଘ୍ର ସବଡ଼ିଭିଜନ ମାନ୍ୟତା ଦେବାକୁ ଲିଖିତ ନିବେଦନ କରିଛନ୍ତି ।

ବିନିକା ସହରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ଅଦାଳତ, ତହସିଲ କାର୍ଯ୍ୟାଳୟ ,ପଞ୍ଚାସମିତି କାର୍ଯ୍ୟଳୟ, ବିନିକା ଏନଏସି ,ଅଗ୍ନିଶମ ବିଭାଗ, ଥାନା ,ଅବକାରୀ ଥାନା,ବିଦ୍ୟୁତ ବିଭାଗ ଏସଡ଼ିଓ , ବନ ବିଭାଗ ରେଞ୍ଜର , ଆରଡ଼ି ଏସଡ଼ିଓ ,ପିଡ଼ବ୍ଳୁଡ଼ି ଏସଡ଼ିଓ , କେନ୍ଦୁଲିଫ କାର୍ଯ୍ୟଳୟ ,ଏକାଧିକ ରାଷ୍ଟ୍ରୀୟ ବ୍ୟାଙ୍କ, ପ୍ରାଣୀ ଚିକିତ୍ସାଳୟ ,ଉପନିବନ୍ଧକ , ପୋଷ୍ଟଅଫିସ, ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର,ଶବବ୍ୟବଚ୍ଚେଦ କେନ୍ଦ୍ର, ଆଦର୍ଶ ବିଦ୍ୟାଳୟ , ବିଇଓ କାର୍ଯ୍ୟଳୟ ,ବିଏଓ ,ସିଡ଼ିପିଓ କାଯ୍ୟଳୟ , ମିଶନ ଶକ୍ତି,ଉଦ୍ୟାନ ବିଭାଗ, କାର୍ଯ୍ୟଳୟ ଗୁଡ଼ିକ ରହି ସେବା ଯୋଗାଉଛନ୍ତି ।

ଏହି ଐତିହାସିକ ସହର ରାଜା ରାଜୁଡ଼ା ସମୟରେ ସବଡ଼ିଭିଜନ ରହିଥିଲା । ବିନିକା ସବଡ଼ିଭିଜନ ମାନ୍ୟତା ପାଇବାପାଇଁ ସମସ୍ତ ଯୋଗ୍ୟତା ରହିଛି । ସବୁଠାରୁ ସମ୍ବେଦନଶୀଳ ଘଟଣା ହେଉଛି ୨୦୦୯ ମସିହାରେ ସୀମା ପୁନଃନିଦ୍ଧାରଣ କମିଟି ଦ୍ବାରା ବିନିକା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବିରମାହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଲୀ ହୋଇଛି । ବିନିକା ଏନଏସି ଓ ବିନିକା ପଞ୍ଚାୟତ ସମିତିର ୧୬ ଗୋଟି ପଞ୍ଚାୟତ ମଧ୍ୟରୁ ୧୩ ଟି ପଞ୍ଚାୟତକୁ ସାମିଲକରିବାସହ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳି ୩ ଗୋଟି ପଞ୍ଚାୟତକୁ ସାମିଲ କରାଗଲା । ଏହାସହ ବିନିକା ସବଡ଼ିଭିଜନ ସୋନପୁର ରହିଥିଲାବେଲେ ନିର୍ବାଚନ କାର୍ଯ୍ୟପାଇଁ ବିରମାହାରାଜପୁର ସବଡ଼ିବିଜନ ଉପରେ ନିର୍ଭରଶୀଳ। ଏଭଳି ବ୍ୟବସ୍ଥା ଭିତରେ ବିନିକା ବାସୀ ଏକ ପ୍ରକାର ପେଶି ହେଉଛନ୍ତି ।

ପ୍ରତ୍ୟକ ବାତ୍ୟା , ବନ୍ୟା ଓ ମରୁଡ଼ି ଓ ଧାନ ବିକ୍ରୀ , ସାର ଓ ଔଷଧ କଳାବଜାର, ମଜୁରିଆ ଅଭାବ ଯୋଗୁଁ ଚାଷୀ ଏକ ପ୍ରକାର ପେଶି ହେଉଛନ୍ତି । ଅଞ୍ଚଳର ଜଳସେଚନ ,ଶିକ୍ଷା ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଏହାର ସମାଧାନ ପାଇଁ ପ୍ରଶାସନ ଓ ରାଜନୈତିକ ସ୍ତରରେ ନିଷ୍କିୟତାକୁ ନେଇ ଏବେ ଅଞ୍ଚଳରେ ପ୍ରତିକ୍ରୀୟା ବଢ଼ିବାରେ ଲାଗିଛି ବିନିକା କୁ ସବଡ଼ିଭିଜନ ମାନ୍ୟତା ମିଲିଲେ ବିନିତପୁରରୁ ଅଧୁନା ବିନିକା ସୁନାର ବିନିକା ହେବ ବୋଲି ଅଞ୍ଚଳବାସୀଙ୍କ ଆଶାବାଦୀ ଅଛନ୍ତି । ଏହି ସବୁ ଦୃଷ୍ଟିରୁ ବିନିକା ଜନସାଧାରଣ ସ୍ୱତପ୍ରବୃତ ଭାବରେ ଆନ୍ତରିକତାସହ ସମସ୍ତେ ବନ୍ଦ କୁ ସମର୍ଥନ କରିଥିଲେ । ବିନିକା ମହାନଦୀ ଛକରେ ଲୋକେ ଟାୟାର ଜାଲି ପିକେଟିଙ୍ଗ କରିଥିଲେ ।

ଏହି ବନ୍ଦ ପାଳନ ଯୋଗୁଁ ଜରୁରୀ କାଲୀନ ସେବାକୁ ବାଦ ଦେଇ ସମସ୍ତ ବନ୍ଦ ହୋଇଥିଲା । ଏହି ବନ୍ଦ ପାଲନରେ ତପନ ସା, ରାଜେଶ ମଲ୍ଲିକ, ଆଶିଷ କୁମାର ତ୍ରୀପାଠୀ, କପିଳାଷ ଗଣ୍ଢ, ଅବିନାଶ ସେଠୀ, ଦେବରାଜ ଗରିଆ,ପୁର୍ଣ୍ଣଚନ୍ଦ୍ର ହରିପାଲ, ରାମ ଗୋପାଳ ବାଘ, ବିଶ୍ଵମ୍ବର ମିଶ୍ର , ପ୍ରଦିପ ସେଠୀ, ଆନନ୍ଦ ବାରିକ, ନରେନ୍ଦ୍ର ପଣ୍ଡା, ସପ୍ନେସ୍ବର ପୃଷ୍ଟି, ଅଶୋକ ପୃଷ୍ଟି, ଉଷତ କର, ଗୋବିନ୍ଦା ଝାଙ୍କର, ଅନିଲ ନାୟକ, ହଜାରୁ ସାହୁ, ମହେନ୍ଦ୍ର ଥନାପତି, ସୁମନ୍ତ ସାହୁ, ସୁରେଶ ବଢ଼େଇ, ମିନ କେତନ ଦଣ୍ଡସେନା, ଜଗା ବଢ଼େଇ ପ୍ରମୁଖ ଅଞ୍ଚଳବାସୀ ସାମିଲଥିଲେ ।