ବାପାଙ୍କୁ ହତ୍ୟାକରି ଅଖାରେ ପୂରାଇ ପୋତିଦେଲା ପୁଅ!

0
103
ବାପାଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୮/୦୨) : ସମ୍ପର୍କ ହେଲା ତୁଚ୍ଛ । ଯାହାର ହାତ ଧରି ବଡ଼ କରାଇଥିଲେ, ସିଏ ହେଲା ହତ୍ୟାକାରୀ! ପାରିବାରିକ ବିବାଦରୁ ବାପାଙ୍କୁ ହତ୍ୟାକରି ଅଖାରେ ପୂରାଇ ପୋତିଦେଲା ପୁଅ !

ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ୱଲପୁର ଜିଲ୍ଲାରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି । ଲିଙ୍ଗରାଜ କୁମୁରାଙ୍କ ଘର ହେଉଛି ସଦର ଥାନା ଘେନୁପାଲି ଗାଁ’ରେ । ତାଙ୍କ ପୁଅ ହେଉଛନ୍ତି ଆଦିତ୍ୟ କୁମୁରା। ଦୀର୍ଘ ଦିନ ଧରି ବାପ ଓ ପୁଅ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା । ସୋମବାର ବିବାଦ ଉଗ୍ର ରୂପଧାରଣ କରିଥିଲା । ବିଳମ୍ୱିତ ରାତିରେ ଲିଙ୍ଗରାଜଙ୍କୁ ତାଙ୍କ ପୁଅ ଆଦିତ୍ୟା ପଥରରେ ଛେତି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ମୃତଦେହକୁ ଏକ ସିମେଣ୍ଟ ଅଖାରେ ପୂରାଇ ପୋତି ଦେଇଥିଲା ।

ଆଜି ସକାଳେ ଲିଙ୍ଗରାଜଙ୍କ ଦେଖା ମିଳିନଥିଲା । ସାହି ଭାଇଙ୍କ ମଧ୍ୟରେ ସନ୍ଦେହ ବଢ଼ିଥିଲା । ଲିଙ୍ଗରାଜଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପଡ଼ୋଶୀ ଥାନାକୁ ଖବର ଦେଇଥିଲେ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ସଦର ଥାନା ପୁଲିସ୍‌ ଗାଁ’ରେ ପହଞ୍ଚିଥିଲେ । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଥିଲେ । ପୁଲିସ୍‌ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ।