କଳିଙ୍ଗା ଘାଟିରେ ବାଇକକୁ ପିଟିଲା କାର୍, ଜଣେ ମୃତ

0
41
କଳିଙ୍ଗା ଘାଟିରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୮/୦୨) : କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ କାର ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣକ ହେଲେ ରଞ୍ଜନ କଁହର ଓ ଆହତ ହେଲେ ଅଚ୍ୟୁତାନନ୍ଦ ପ୍ରଧାନ । ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଦୁଇ ସାଙ୍ଗ ଅଚ୍ୟୁତାନନ୍ଦ ପ୍ରଧାନ ଓ ରଞ୍ଜନ କଁହର ଟିକାବାଲିରୁ ଏକ ବାଇକ ( OD-25-N-8578)ରେ ଭଞ୍ଜ ନଗର ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଗ୍ରାମ ଠାରୁ ପ୍ରାୟ ୬କିଲୋମିଟର ଦୂର ଘାଟି ବୁଲାଣିରେ ଭଞ୍ଜନଗର ଅଞ୍ଚଳରୁ ଫୁଲବାଣୀ ଅଭିମୁଖେ ଆସୁଥିବା ଏକ କାର (OR -01-S-5636 ) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ଯାହା ଫଳରେ ବାଇକରେ ବସିଥିବା ରଞ୍ଜନ କହଁରଙ୍କର ଘଟଣାସ୍ଥଳରେ ମୃତ୍ୟ ଘଟିଛି । ବାଇକ ଓ କାର ଚାଳକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ କାର ଚାଳକଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କଳିଙ୍ଗା ଘାଟିର ଦୁର୍ଘଟଣା ସ୍ଥଳରେ ଜି.ଉଦୟଗିରି ପୋଲିସ ଏସ.ଆଇ ରବୀନ୍ଦ୍ର ନାଥ ସେଠୀ, କେ.କାମରାଜୁ ରେଡ୍ଡୀ ଏବଂ ବୁଲୁ ବେହେରା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।