ସକ୍ଷମ ନେତୃତ୍ତ୍ଵରେ ପାଳନ ହେଲା ପ୍ରାନ୍ତୀୟ ଦିବ୍ୟାଙ୍ଗ ସମ୍ମିଳନୀ

0
82
ସକ୍ଷମ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୨୯/୦୨) : ସ୍ଥାନୀୟ ଭାକୁରୁଗୁଡା ଉଦ୍ୟାନ ବିଭାଗ ନର୍ସରୀ ଠାରେ ସକ୍ଷମ ନେତୃତ୍ୱରେ ପାଳନ ହେଲା ପ୍ରାନ୍ତୀୟ ଦିବ୍ୟାଙ୍ଗ ସମ୍ମିଳନୀWhatsApp Image 2024 02 28 at 23.27.41 ସକ୍ଷମ ନେତୃତ୍ତ୍ଵରେ ପାଳନ ହେଲା ପ୍ରାନ୍ତୀୟ ଦିବ୍ୟାଙ୍ଗ ସମ୍ମିଳନୀ

ଏହି କାର୍ଯ୍ୟକ୍ରମକୁ ରାୟଗଡା ଭିନ୍ନକ୍ଷମ ମହାସଂଘ ଓ ଓଡିଶା ବିକଳାଙ୍ଗ ମଞ୍ଚ ପୂର୍ଣ୍ଣ ସହଯୋଗ କରିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ୧୫୦ ରୁ ଅଧିକ ଦିବ୍ୟାଙ୍ଗ, ଦିବ୍ୟାଙ୍ଗ ମିତ୍ର ଉପସ୍ଥିତ ରହିବା ସହ, ଉପ ଜ଼ିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ ମୁଖ୍ୟ ଅତିଥି, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଇମ୍ଫାର ବରିଷ୍ଠ ସିଏସଆର ମ୍ୟାନେଜର ଓ ପିଆରଓ ଶକ୍ତି ପାଣିଗ୍ରାହୀ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ସୂଚନା ଥାଉକି ଯେ ସକ୍ଷମ ର ରାଜ୍ୟ ସଂରକ୍ଷକ ଡକ୍ଟର ବାଦଲ କୁମାର ତା ଙ୍କ ତତ୍ୱାବଧାନ ରେ ଅନେକ ଦିନପରେ ଜ଼ିଲ୍ଲା ର ବିଭିନ୍ନ ବ୍ଲକର ଦିବ୍ୟାଙ୍ଗମାନଙ୍କୁ ନେଇ ବଣଭୋଜି ମାଧ୍ୟମରେ ଏକ ପ୍ରାନ୍ତୀୟ ଦିବ୍ୟାଙ୍ଗ ସମ୍ମିଳନୀର ଆୟୋଜନ ହେଇଥିଲା ।

ଦିବ୍ୟାଙ୍ଗ ମାନଙ୍କ ଭିତରେ ଏକତା, ସମାଜରେ ସମ୍ମାନ, ଆର୍ଥିକ ସୁରକ୍ଷା, ସ୍ୱାବଲମ୍ବନ କିପରି ଆସିବ ସେବିଷୟରେ ଚର୍ଚ୍ଚା ହେଇଥିଲା । ସକ୍ଷମ ତରଫରୁ ପ୍ରତେକ ଦିବ୍ୟାଙ୍ଗଙ୍କୁ ଉପଢୌକନ ଭାବେ ଏକ ଟିଫିନ ବକ୍ସ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପରିଶେଷରେ ସମସ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସକ୍ଷମ ତରଫରୁ ପ୍ରାନ୍ତ ସଚିବ ରାମଚନ୍ଦ୍ର ସାହୁ, ସହ-ସଚିବ ଶ୍ୟାମ କୁମାର ଦାଶ, ଜ଼ିଲ୍ଲା ଦିବ୍ୟାଙ୍ଗ ସେବା କେନ୍ଦ୍ର ପାଳକ ଏମ ବିଦ୍ୟା ସାଗର ଉପସ୍ଥିତ ଥିଲେ । ସେଇପରି ଶଙ୍କର ପ୍ରଧାନ, ବିଦ୍ୟା ଭୂଷଣ ପଣ୍ଡା, ଅଜୟ ରଥ, ରବୀନ୍ଦ୍ର ପାଟଖଣ୍ଡାଳ, ବିଜୟ ଦାଶ, ଚିଣ୍ଟୁ ଚୌଧୁରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରାୟଗଡା ଭିନ୍ନକ୍ଷମ ମହାସଂଘ ଓ ଓଡିଶା ବିକଳାଙ୍ଗ ମଞ୍ଚରୁ ସଭାପତି ରାକେଶ ହିମିରିକା, ଉପ ସଭାପତି ସନ୍ତୋଷ ମହାପାତ୍ର, ସମ୍ପାଦକ ଜଳେନ୍ଦ୍ର ବାଚେଲି ଓ ଓଡ଼ିଶା ଆଦିବାସୀ ମଞ୍ଚର ଜିଲ୍ଲା ଆବାହକ ଦିବାକର ଶବର ପ୍ରମୁଖ ଉପସ୍ଥିତ ଥିଲେ । ଦିବ୍ୟାଙ୍ଗଙ୍କ ୫୦୦ ଟଙ୍କା ବୃଦ୍ଧି କରିଥିବାରୁ ହିମିରିକା ଓ ବାଚେଲି ଯଦିଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଦେଇଥିଲେ, ଦରଦାମ ବୃଦ୍ଧି ହେତୁ ଏହା ଯଥେଷ୍ଟ ନୁହେଁ ବୋଲି ମତ ପୋଷଣ କରି ଏହାକୁ ଅନ୍ତତଃ ୩୦୦୦ ଟଙ୍କା ବୃଦ୍ଧି କରିବାକୁ ଦାବି ରଖିଥିଲେ । ପ୍ରତି ଦିବ୍ୟାଙ୍ଗଙ୍କୁ ସରକାରଙ୍କ ଅନ୍ତୋଦୟ ଯୋଜନାରେ ୩୫ କିଲୋ ଚାଉଳ ଯୋଗାଇଦେବାକୁ ଶବର ଦାବି ରଖିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏକ ଲିଫ୍ଟ ଓ ଜିଲ୍ଲାରେ ଏକ ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ର ତୁରନ୍ତ ସ୍ଥାପନ କରିବାକୁ ଶ୍ୟାମ ଦାସ ଦାବି ରଖିଥିଲେ ।

ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସବୁ ଯଦିଓ ସମୁଦ୍ରକୁ ସଂଖେ ବୋଲି ଡି ଏସ ଏସ ଓ ମହାପାତ୍ର ମତ ଦେଇଥିଲେ, ତଥାପି ଉକ୍ତ ଯୋଜନାଗୁଡ଼ିକୁ କିପରି ସମସ୍ତଙ୍କୁ ଉପଯୁକ୍ତ ଭାବେ ମିଳିପାରିବ ଏହା କହି ସେ ପ୍ରାୟ ଅଧିକାଂଶ ଯୋଜନା ଗୁଡିକ ଉପରେ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ । ଦିବ୍ୟାଙ୍ଗ ଭିକ ନୁହେଁ ହକ୍, ଦୟା ନୁହେଁ, ସମ୍ବେଦନା ଚାହେଁ ବୋଲି ବାଦଲ ତା କହିବା ସହ ସକ୍ଷମ ଦିବ୍ୟାଙ୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ଆଗାମୀ ଦିନରେ ତାର ଓକିଲାତି ଜାରି ରଖିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

ଅହଂ ଶୂନ୍ୟ ଭାବେ ଦିବ୍ୟାଙ୍ଗଙ୍କ “ପାଇଁ” ଯେତେ ନୁହେଁ, ସେମାନଙ୍କ “ସହ” ଖୁବ୍ ଜୀବନ ଉପଭୋଗ କଲେହିଁ ଅଧିକାଂଶ ସମସ୍ୟାର ସମାଧାନ ହୋଇପାରିବ ବୋଲି କଲ୍ୟାଣୀ ସଂଘମିତ୍ରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସର୍ବ ଶେଷରେ ସନ୍ତୋଷ ମହାପାତ୍ର ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଦିବ୍ୟାଙ୍ଗ ଅନୁଷ୍ଠାନ ଗୁଡ଼ିକ ତରଫରୁ ଉପସ୍ଥିତ ଅତିଥିଗଣ ଓ ସମସ୍ତ ଅଂଶ୍ରହଣକାରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।