ରାୟଗଡା ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜପି ରେ ବିଜେଡି ଓ କଂଗ୍ରେସ ର ମିଶ୍ରଣ ପର୍ବ

0
309
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୯/୦୨) : ରାୟଗଡା ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜପି ରେ ବିଜେଡି ଓ କଂଗ୍ରେସ ର ମିଶ୍ରଣ ପର୍ବ

ଭାରତୀୟ ଜନତା ପାର୍ଟି ରାୟଗଡା ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଓ କୋରାପୁଟ ସାଂସଦ କ୍ଷେତ୍ର ସଂଯୋଜକ ଶ୍ରୀ ତ୍ରିନାଥ ପଣ୍ଡାଙ୍କ ଉପସ୍ଥିତିରେ ନୂତନ କରି ସାମିଲ ହୋଇଥିବା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ନାରାୟଣ ସାରକା ଏବଂ GST ଅବସର ପ୍ରାପ୍ତ ଅଧିକାରୀ ରାଙ୍ଗାରାଓ କୋଣ୍ଡାଗରୀ ଭାଇଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜି ଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ବିଷମକଟକ ନିର୍ବାଚନ ମଣ୍ଡଳୀ ଏବଂ ରାୟଗଡା ନିର୍ବାଚନ ମଣ୍ଡଳୀର ସକ୍ରିୟ ରାଜୁ ନାୟକ,ପୂର୍ଣ୍ଣ ଚନ୍ଦ୍ର ଘଣ୍ଟ ଜାଗୀଲି ଉଲକା, A.ବୁଚି, ପ୍ରସାଦ ମଣ୍ଡାଙ୍ଗି ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଭାଜପା ଜିଲ୍ଳା ସଭାପତି ଶିବ ପଟନାୟକ ବରିଷ୍ଠ କାର୍ଯ୍ୟକର୍ତ୍ତା କାଲିରାମ ମାଝୀ, ରଜତ ମାଦଳା, G ବାବୁରାଓ, ରବିନ୍ଦ୍ର କୁମାର ସେଠୀ, ସର୍ବେଶ୍ଵର ସୁନା ଦୁର୍ଯ୍ୟଧନ ପାଲ ଭାଜପାରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟ ଭାଇ ମାନଙ୍କୁ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମୋଦି ଗ୍ୟାରେଣ୍ଟି ବାର୍ତ୍ତାକୁ ଗାଁ ଗାଁ’କୁ ଯାଇ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ଏବଂ ୨୪ ବର୍ଷର BJD ସରକାର ମହା ଦୁର୍ନୀତିକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ଏକ ସୁସ୍ଥ ଓ ସୁରକ୍ଷିତ ବିଜେପି ସରକାର ଗଠନ କରିବା ପାଇଁ ସପଥ ନେଇଥିବା ଦେଖିବାକୁ ମିଳିଛି ।