ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା; ହେଲପର ମୃତ, ୧୦ ଆହତ

0
42
ବସ୍ ଓ ଟ୍ରକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୯/୦୨) : ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ଟି ସମ୍ବଲପୁରରୁ ଭଦ୍ରକ ଅଭିମୁଖେ ଯାଉଥିଲା । ଏହି ସମୟରେ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା ।ଦୁର୍ଘଟଣାରେ ଘଟଣାସ୍ଥଳରେ ବସ୍ ହେଲପରଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି ।

ଆହତ ମାନଙ୍କୁ ପ୍ରଥମେ ଗୁଚିଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । ୬ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ବସ୍ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି । ପୁଲିସ ବସ୍‌କୁ ଜବତ କରି ଘଟଣା ତଦନ୍ତ କରୁଛି ।