ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣି; ମାଡ଼ି ବସିଲା ଭିଜିଲାନ୍ସ

0
56
ଲାଞ୍ଚ ନେଉଥିଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାଉରକେଲା, (୨୯/୦୨) : ବକେୟା ବିଲ୍ କରିଦେବାକୁ ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣି । ଏହି ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ମାଡ଼ି ବସିଲେ ।

ରାଉରକେଲା ESI ହସପିଟାଲର ବରିଷ୍ଠ କିରାଣି ଅଭିରାମ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି । ବିଶ୍ୱସିଂହ ସିଂହ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ରାଉରକେଲା ESI ହସପିଟାଲରେ ଭର୍ତ୍ତି ହୋଇଥିଲେ । ୪ବର୍ଷ ହେଲା ବକେଇ ବିଲ୍ ପଡ଼ିରହିଥିଲା । ବରିଷ୍ଠ କିରାଣି ଅଭିରାମ ସାହୁ ବିଲ୍ ପାସ କରୁଥିଲେ । ଏଥିପାଇଁ ବିଶ୍ୱସିଂହ ବହୁ ଥର ଆସି ବିଲ୍ ପାସ୍‌ କରିବାକୁ ତାଙ୍କୁ କହିଥିଲେ, ହେଲେ ସେ କରୁ ନଥିଲେ । ଏପରି ୪ବର୍ଷ ବିତିଯାଇଥିଲା। କିଛି ଦିନ ତଳେ ବିଶ୍ୱନାଥ ବିଲ୍ ପାସ କରିବା ପାଇଁ ଅଭିରାମଙ୍କ ପାଖକୁ ଯାଇଥିଲେ ।

ବିଲ୍ ପାସ କରିଦେବା ପାଇଁ ଅଭିରାମ ବିଶ୍ୱନାଥଙ୍କୁ ୧୦ ହଜାର ଲାଞ୍ଚ ଟଙ୍କା ମାଗିଥିଲେ । ବିଶ୍ୱନାଥ ମଧ୍ୟ ଅଭିରାମଙ୍କ କଥାରେ ରାଜି ହୋଇଯାଇଥିଲେ । ଏନେଇ ବିଶ୍ୱନାଥ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଆଜି ସକାଳେ ବିଶ୍ୱନାଥ ଅଭିରାମଙ୍କୁ ଲାଞ୍ଚ ଟଙ୍କା ଦେଉଥିଲେ । ଉକ୍ତ ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଅଭିରାମଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ ।