ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଦ୍ଵାରା ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନ

0
54
ଜିଲ୍ଲା ପ୍ରଶାସନ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୯/୨) : ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ, କୋରାପୁଟଙ୍କ ଅIନୁକୁଲ୍ୟରେ କୋଟପାଡ଼ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 03 01 at 06.08.49 1 ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଦ୍ଵାରା ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନ

ଏଥିରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ମାନ୍ୟବର ବିଧାୟକ ଶ୍ରୀମତି ପଦ୍ମିନୀ ଦିଆନ ଯୋଗଦେଇ ସରକାରଙ୍କ ତରଫରୁ ଶ୍ରମିକଙ୍କୁ ଯୋଗାଇ ଦିଆ ଯାଉଥିବା ବିଭିନ୍ନ ପ୍ରକାରର ସହାୟତା ସମ୍ପର୍କରେ ଅବଗତ କରାଇଥିଲେ, ଯେଉଁମାନେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କୁ ଯଥା ଶୀଘ୍ର ପଞ୍ଜିକରଣ କରି ସରକାରଙ୍କ ତରଫରୁ ମିଳୁଥିବା ସହାୟତା ସବୁ ହାସଲ କରିବାକୁ ପ୍ରବର୍ତ୍ତାଇଥିଲେ । ଏହି ଶିବିରରେ ସମ୍ମାନିତ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ମଝି, କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଏମ. ଶଙ୍କର ରାଓ, ଉପାଧ୍ଯକ୍ଷା ଏମ. ସନ୍ତୋଷୀ, କୋଟପାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କମଳୁ ଭତରା ପ୍ରମୁଖ ଯୋଗଦେଇଥିଲେ ।

ଏହି ସଭାରେ ଯୁଗ୍ମ ଶ୍ରମ ଆୟୁକ୍ତ, ଜୟପୁର;ଜିଲ୍ଲା ଶ୍ରମ ଅଧିକାରୀ, ଜୟପୁର; ସହକାରୀ ଶ୍ରମ ଅଧିକାରୀ,ଜୟପୁର ଓ କୋରାପୁଟ ଏବଂ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଜୟପୁରର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ କୋଟପାଡ଼ ଓ ବୋରିଗୁମ୍ମା ଅଞ୍ଚଳର ମୋଟ ୩୦୮ ଜଣ ହିତାଧିକାରୀଙ୍କୁ ଟ.୨,୧୬,୬୫,୪୦୦ ଙ୍କା ସହାୟତା ରାଶି ପ୍ରଦାନ କରାଗଲା, ତନ୍ମଧ୍ୟରୁ ଶିକ୍ଷା ସହାୟତା ବାବଦକୁ ୪୯ ଜଣଙ୍କୁ ଟ.୩,୫୦,୦୦୦ ଙ୍କା, ବିବାହ ସହାୟତା ବାବଦକୁ ୬୪ ଜଣଙ୍କୁ ଟ.୩୨,୦୦,୦୦୦ଙ୍କା, ପ୍ରସୂତି କାଳୀନ ସହାୟତା ବାବଦକୁ ୧୭ ଜଣଙ୍କୁ ଟ.୧,୭୦,୦୦୦ଙ୍କା, ମୃତ୍ୟୁ କାଳୀନ ସହାୟତା ବାବଦକୁ ୮୯ ଜଣଙ୍କୁ ଟ.୧,୭୫,୦୦,୦୦୦ଙ୍କା ଓ ଅନ୍ତେଷ୍ଟିକ୍ରିୟା ବାବଦକୁ ୮୯ ଜଣଙ୍କୁ ଟ.୪,୪୫,୦୦୦-ଙ୍କା ପ୍ରଦାନ କରାଗଲା I

ଶ୍ରୀ ବୃନ୍ଦାବନ ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ;ଜୟପୁର ଏହି ସଭାକୁ ପରିଚାଳନା କରିଥିଲେ ।ଶ୍ରୀ ନରେନ୍ଦ୍ର ରାଇକା, ଯୁଗ୍ମ ଶ୍ରମ ଆୟୁକ୍ତ; ଏହି ସଭାର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଶ୍ରୀ ବୁଲୁ ଶ୍ରୀହରିଆ, ସହକାରୀ ଶ୍ରମ ଅଧିକାରୀ, କୋରାପୁଟ ; ଧନ୍ୟବାଦ ଅର୍ପଣ କରି ସଭାକୁ ଉଜ୍ଜାପିତ କରିଥିଲେ I