ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ବାଲିଗୁଡା ସହରରେ 5T ଅଧୀନ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ

0
167
ମାନ୍ୟବର

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୯/୨) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦ୍ୱାରା ବାଲିଗୁଡା ସହର ରେ 5T ଅଧୀନରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।WhatsApp Image 2024 03 01 at 06.09.44 ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ବାଲିଗୁଡା ସହରରେ 5T ଅଧୀନ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ

ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବାଲିଗୁଡା ଏନଏସି ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ ସମେତ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ । ମୁକ୍ତା ଯୋଜନା ଅଧୀନ ରେ ବିଭିନ୍ନ ୱାର୍ଡରେ କାର୍ଯ୍ୟ ହୋଇଥିବା ମୁକ୍ତାକାଶ ଜିମ, ଶିଶୁ ଉଦ୍ୟାନ, ମିନି ପାର୍କ, ଭେଣ୍ଡିଙ୍ଗ ଜୋନ, ଫେବର ରାସ୍ତା ଏବଂ ବସୁଧା ଯୋଜନା ଅନ୍ତର୍ଗତ ଡ୍ରିଙ୍କ ଫର ଟେପ ରେ ୧୩୫୭.୭୭ଲକ୍ଷ ଟଙ୍କା ରେ ନିର୍ମିତ ପ୍ରକଳ୍ପ ର ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ ହୋଇଛି ।

ବାଲିଗୁଡା ବିଧାୟକ ଚକ୍ରମଣି କହଁର ବାଲିଗୁଡା ଏନଏସିରେ ବିଭିନ୍ନ ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବା କାର୍ଯ୍ୟକୁ ପ୍ରଶଂସା କରିବା ସହିତ ବାଲିଗୁଡା ସହରରେ ବିଭିନ୍ନ ଜନ କଲ୍ୟାଣ ଯୋଜନା ରେ ଲୋକ ମାନଙ୍କ ବିକାଶ ହୋଇ ଥିବାରୁ ବାଲିଗୁଡା ସହର ବାସୀ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଡା ରୀନା ପ୍ରଧାନଙ୍କ ତ୍ବତ୍ୱାବ ଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁକ୍ତା ପ୍ରକଳ୍ପ ସଂଯୋଜକ ପ୍ରଭାତ କୁମାର ଘଡେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।