ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୩- ୨୪ ଅନୁଷ୍ଠିତ

0
45
ଜିଲ୍ଲାସ୍ତରୀୟ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୨) : ସୁବର୍ଣ୍ଣପର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି , ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୩- ୨୪ ସଂସ୍କୃତି ଭବନ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।

ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ସ୍ୱାସ୍ଥ୍ୟ କର୍ମୀଙ୍କ ଗୋଷ୍ଠୀ ସହଭାଗିତାକୁ ପ୍ରଶଂସା କରିବା ସହିତ କୋଭିଡ ସମୟରେ ସେମାନଙ୍କ ଉତ୍ସର୍ଗୀକୃତ ସେବା ନିମନ୍ତେ ସାଧୁବାଦ ଜଣାଇଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ଆହୁରି ଉତ୍କର୍ଷତାରେ ପହଞ୍ଚାଇବାକୁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ନିଜ ନିଜ ସ୍ତରରେ ସର୍ବୋତ୍କୃଷ୍ଠ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି l କାର୍ଯ୍ୟକ୍ରମରେ ଡି ପି ଏମ ବିଶ୍ୱମ୍ବର ବେହେରା ବରେଣ୍ୟ ଅତିଥି ଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି ପରିପ୍ରେକ୍ଷୀରେ ଆମ ଜିଲ୍ଲାରେ ୬୩୩ ଜଣ ଆଶା କର୍ମୀ କାର୍ଯ୍ୟରତ ଥିବା ବେଳେ, ୭୮୫ ଟି ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ଷମ ଅଛି ।

ସୋନପୁର ସହରାଞ୍ଚଳରେ ୧୨ ଟି ମହିଳା ଆରୋଗ୍ୟ ସମିତି ବିଭିନ୍ନ ବସ୍ତି ଅଞ୍ଚଳ ଗଠନ ହୋଇଥିବା, ଜିଲ୍ଲାରେ ୮୯ ଟି ଜନ ଆରୋଗ୍ୟ ସମିତି କାର୍ଯ୍ୟକ୍ଷମ ରହିଥିବା ସୂଚୀତ କରିଥିଲେ । ଜିଲ୍ଲାର ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟକର୍ମୀ ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବେଳେ ଆଜି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ଆଶାକର୍ମୀ , ଗାଁ କଲ୍ୟାଣ ସମିତି ସଭ୍ୟ , ମହିଳା ଆରୋଗ୍ୟ ସମିତି ସଭ୍ୟା, ଜନ ଆରୋଗ୍ୟ ସମିତି ସଭ୍ୟ ପ୍ରଭୃତିଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀମତୀ ଦାଶ ପୁରସ୍କୃତ କରିଥିଲେ । ଆଶାକର୍ମୀ ମାନେ ଗ୍ରାମାଞ୍ଚଳ, ସହରର ବସ୍ତି ଅଂଚଳ ସହିତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ସେତୁ ଭଳି ଯୋଡ଼ିଥାନ୍ତି ବୋଲି ଡI.ବିଶ୍ୱରଂଜନ ପତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଜଣାଇଥିଲେ।

ଡI.ଦୈତ୍ୟନାରାୟଣ ପାଢ଼ୀ , ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର ନିୟୋଜନ) ,ଡI.ଦୁର୍ଗା ଦତ୍ତ ଦାସ , ଅଧିକ୍ଷକ , ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ,ଶ୍ରୀ ମତୀ ଅନୁପମା ପଣ୍ଡା , ଜିଲ୍ଲା ସମାଜ ମଙ୍ଗଳ କଲ୍ୟାଣ ଅଧିକାରୀ,ଡI.ମୋନଜ କୁମାର ଅଦାବର , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ,ଡI.ମଞ୍ଜୁ ରାଣୀ ସିଂ , ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଅତିଥି ବୃନ୍ଦ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ସ୍ତରରେ ୪ ଜଣ ଆଶାକର୍ମୀ ଜାନକି ସାହୁ , ମହଦା , ଉଲୁଣ୍ଡା , ଲୋଚନା ସୁନା, ଗଜବନ୍ଧ, ଡୁଙ୍ଗୁରିପାଲି , ଅନୁସୂୟା ଦୀପ, ସିଲାଟି, ବିନିକା , ରମ୍ଭା ନାଏକ , ସୋନପୁର ଓ ସୋନପୁର ସହରାଂଚଳ ପାଇଁ ରଶ୍ମିତା ଦାନୀ, ସନ୍ତୋଷିନୀ ମେହେର, ମାନସୀ ସେଠୀ ପ୍ରଭୃତିଙ୍କୁ ପୁରସ୍କୃତ କରାଗଲା ।

ସ୍ୱାସ୍ଥ୍ୟ , ପରିମଳ ଓ ପୁଷ୍ଟି ଉପରେ ସଚେତନତା ୨୦୨୩-୨୪ ବର୍ଷରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାଁ କଲ୍ୟାଣ ସମିତି ମେଘେଲା, କେଂଝରିଆପାଲି, ବରପଦର, ମହୁଲେ, ତୁଲୁଣ୍ଡା, ବଘIରମୁଣ୍ଡା ତଥା ମହିଳା ଆରୋଗ୍ୟ ସମିତି ତରିଆପଡା, ଟିକିରିପଡା , କୁଷ୍ଠାପଡା, ମଝିପଡା, ପଟାଭାଡି, କୁ ଆଜି ସୁସ୍ଥ ଗାଁ ପୁରସ୍କାର ତଥା ସୁସ୍ଥ ମହିଳା ଆରୋଗ୍ୟ ସମିତି ଭାବରେ ପୁରସ୍କୃତ କରାଗଲା । ଏହା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ତଥା ସ୍ୱଚ୍ଛତା ଅବଲମ୍ବନ କରୁଥିବେ ୯ ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ ଯଥା ଉପ ଖଣ୍ଡିୟ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକୁ ଆଜି କାୟାକଳ୍ପ ତଥା ଅନ୍ୟାନ୍ୟ ପୁରସ୍କାର ଦିଆଗଲା ।

ବିଶ୍ୱମ୍ବର ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଉଦ୍ଦେଶ୍ୟ ଆଲୋକପାତ କରିଥିବା ବେଳେ ତରଣୀସେନ ପଧାନ, ସହ ପରିଚାଲକ , ଆଶା ଓ ଗାଁ କଲ୍ୟାଣ ସମିତି ଧନ୍ୟବାଦ ପ୍ରଦାନ କରିଥିଲେ । ହିତେଶ ତ୍ରିପାଠୀ (AM QA), ସୁଧାଂଶୁ ଶେଖର ନାୟକ (DMRCH), ଗୀତାଞ୍ଜଳି ମେହେର (AM NCD ) , ପ୍ରମୋଦ କୁମାର ସାହୁ , ଅଭିନାଶ ଦାସ (Badal )ପିଣ୍ଟୁ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ତିନି ସହରୁ ଉର୍ଦ୍ଧ୍ୱ ଆଶାକର୍ମୀ, ଗାଁ କଲ୍ୟାଣ ସମିତି ସଭ୍ୟ , ମହିଳା ଆରୋଗ୍ୟ ସମିତି ସଭ୍ୟା, ଜନ ଆରୋଗ୍ୟ ସମିତି ସଭ୍ୟ ପ୍ରଭୃତି ଅଂଶଗ୍ରହଣ କରିଥିଲେ ।