ଗରିବନ୍ଧା ହାଇସ୍କୁଲ ଶିକ୍ଷକଙ୍କ ଅବସର; ରାଜକିୟ ଢାଞ୍ଚା ରେ ବିଦାୟ ଦେଲେ ଛାତ୍ର ଛାତ୍ରୀ

0
214
ଗରିବନ୍ଧା ହାଇସ୍କୁଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୨) : ଆଜି ଗରିବନ୍ଧା ହାଇସ୍କୁଲ ବ୍ରେକ ଏକ ଅବସର ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ବି. ମୃତ୍ୟୁଞ୍ଜୟ ସହାୟକ ଶିକ୍ଷକଙ୍କୁ ଆଜି ଅବସର ବିଦାୟ ଦିଆଯାଇଛି । ଏହି ଅବସରରେ ଏକ ବିଦାୟ ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶଶ୍ରୀମତୀ ନର୍ମଦା ଦାସ,, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟ ଲଷ୍ମୀ, ଵେବରା ଜୟରାମ, ନିର୍ମଳା ଦାସ, ଲୋପିଁଟି ରାଣୀ ବହୁ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ଶ୍ରୀ ମୃତ୍ୟୁଞ୍ଜୟ ଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି ସମସ୍ତେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ, ଶ୍ରୀ ମୃତ୍ୟୁଞ୍ଜୟ ଦୀର୍ଘ ଦିନ ଏହି ବିଦ୍ୟାଳୟ ରେ କାର୍ଯ୍ୟ କରି ଅବସର ନେଇଛନ୍ତି ।

ତାଙ୍କୁ ଛାତ୍ରଛାତ୍ରୀ ରାଜକିୟ ଢାଞ୍ଚାରେ ନିଜର ପ୍ରିୟ ଶିକ୍ଷକଙ୍କୁ ବିଦାୟ ଦେଲେ, ଦୁଃଖର କଥା ଏହିକି ସେ ଏନ ପି ଏସ ଶିକ୍ଷକ ହୋଇଥିବାରୁ ପେନସେନ ବାବଦକୁ ଖୁବ କମ ପେନସନ ପାଇବେ ଏଣୁ ସରକାର ଅନ୍ୟ ରାଜ୍ୟ ଭଳି ପୁରୁଣା ପେନସନ ଦେଲେ ଭଲ ହୋଇଥାନ୍ତା ବୋଲି ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ସଭାପତି ଶ୍ରୀ ଜଗଦୀଶ ପାତ୍ର ରାଜ୍ୟ ସରକାର ଙ୍କ ପାଖରେ ଦାବୀ କରିଛନ୍ତି । ରାଜ୍ୟ ସରକାର ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଘୋଷଣା କରୁଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ।