ସେଞ୍ଚୁରିଅନ ପରିସରରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଅଭ୍ୟାସ ପିଚ୍ ଉଦ୍ଘାଟିତ

0
213
ସେଞ୍ଚୁରିଅନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୮/୦୨) : କ୍ରୀଡ଼ା କ୍ଷେତ୍ରରେ ରାଜ୍ଯ ସରକାର କ୍ରୀଡାବିତ୍ ମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ କ୍ରିକେଟ୍ ଖେଳାଳିଙ୍କ ଆବଶ୍ୟକତାକୁ ଦୃଷ୍ଠିରେ ରଖି ସାରା ରାଜ୍ୟରେ ଷ୍ଟାଡିଅମ ଉଦ୍ଘାଟନ ଓ ରୂପାନ୍ତରିତ ପର୍ବ ଆୟୋଜିତ ହୋଇଯାଇଛି ।WhatsApp Image 2024 02 29 at 20.48.21 ସେଞ୍ଚୁରିଅନ ପରିସରରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଅଭ୍ୟାସ ପିଚ୍ ଉଦ୍ଘାଟିତ

ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା କ୍ରିକେଟ୍ ଖେଳାଳୀଙ୍କ ଅଭ୍ୟାସ ସକାଶେ ପିତାମହଲ ସ୍ଥାନୀୟ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ପରିସରରେ ଦୁଇଟି କ୍ରିକେଟ ପିଚ୍ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉଦ୍ଘାଟନି ସମାହାରରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ରାୟଗଡ଼ା ଜିଲ୍ଲାର ସଭାପତି ତଥା ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରୋଇତ, ସମ୍ପାଦକ ଶ୍ରୀ ସଚ୍ଚିତାନନ୍ଦ ଖାଡେଙ୍ଗା, ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ନିର୍ଦ୍ଧେଶକ ଡ଼ଃ ରାଜେଶ କୁମାର ପାଢ଼ୀ ପ୍ରମୁଖ ମଞ୍ଚାଚିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ୍ ପଞ୍ଜୀକୃତ ଖେଳାଳି ଉପସ୍ଥିତ ରହି ଖୁସି ବ୍ୟକ୍ତ କରିବା ସହ ବାଣ ଫୁଟାଇ ଆନନ୍ଦିତ ହୋଇଥିବା ଦେଖିବାକୁ ମିଳିଛି ।