ସେଞ୍ଚୁରିଅନ ରେ ନର୍ସିଂର ନୂତନ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ

0
267
ସେଞ୍ଚୁରିଅନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୯/୦୨) : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ନର୍ସିଂ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 29 at 20.50.00 ସେଞ୍ଚୁରିଅନ ରେ ନର୍ସିଂର ନୂତନ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ

ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ କୁମାର ପାଢୀ ଓ ନର୍ସିଂ ଅଧ୍ୟକ୍ଷ ଶ୍ରୀମତି କେ. ଉର୍ମିଳା ମଞ୍ଚାଷିନ ଥିଲେ । ଏହି ସ୍ଵାଗତ ସମାରୋହରେ ଫାର୍ମାସୀ ବିଭାଗ ଶେଷ ବର୍ଷାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନର୍ସିଂରେ ନୁତନ ଭାବେ ଯୋଡ଼ିହୋଇଥିବ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥଲେ । ଏହି ଅବସରରେ ଉକ୍ତ ଅନୁଷ୍ଠାନ ର ନିର୍ଦ୍ଦେଶକ ଡ଼ଃ ପାଢ଼ୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ହାସଲ କରିବାର ମୂଳମନ୍ତ୍ର ସମ୍ପର୍କରେ ଉଦ୍ବେଦନା ଦେଇଥିଲେ ।

ସେହପରି ନର୍ସିଂ ଅଧ୍ୟକ୍ଷ ଶ୍ରୀମତି ଉର୍ମିଳା ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ, ଛାତ୍ରଛାତ୍ରୀ ମାନେ ଜଣେ ସୈନିକ ଭୋଳି ହେବା ଦରକାର, ସମସ୍ତ ପ୍ରକାର ବାଧାବିଘ୍ନକୁ ସାମ୍ନା କରିବା ସହ ନିରନ୍ତର ଚେଷ୍ଟା କରିଲେ ଜୀବନରେ ସଫଳତା ହାସଲ କରିହେବ ବୋଲି କହିଥିଲେ । ସେହିପରି ସମସ୍ତ ଛାତ୍ରଛାତ୍ରୀ ମାନେ ନାଚ ଗୀତର ଆସୋରରେ ସମସ୍ତଙ୍କୁ ମନୁରଞ୍ଜିତ କରିଥଲେ । ଶେଷରେ ମିସ୍ ଫ୍ରେସର ଭାବେ ଛାତ୍ରୀ ପ୍ରିୟା ବେହେରାଙ୍କୁ ସମ୍ଭର୍ଦ୍ଧନା କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଦ୍ଭୋଗ କରିଥିଲେ ।