ନବନିର୍ମିତ ଶ୍ରୀ ଲକ୍ଷ୍ମୀନରସିଂହ ସ୍ବାମୀ ଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପିତ ହେଲା

0
183
ନବନିର୍ମିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୧/୦୩) : ରାୟଗଡା ଜିଲ୍ଲା କୋଲନରା ଅମାଲାଭଟ୍ଟ ନିକଟରେ । ଶ୍ରୀକ୍ଷେତ୍ର ଟାଉନସିପ ରେ ଏକ ଏକର ଜମିରେ ନବନିର୍ମିତ ଲକ୍ଷ୍ମୀନରସିଂହ ସ୍ବାମୀ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର (୨୪/୦୨) ଠାରୁ ଆରମ୍ଭ ହୋଇ ଆଜି (୨୯ /୦୨) ଗୁରୁବାର ଶେଷ ଦିନରେ ମନ୍ଦୀରର ଗର୍ଭଗୃହରେ ବିଗ୍ରହ ସ୍ଥାପିତ ହୋଇଯାଇଛି ।WhatsApp Image 2024 03 01 at 11.14.32 ନବନିର୍ମିତ ଶ୍ରୀ ଲକ୍ଷ୍ମୀନରସିଂହ ସ୍ବାମୀ ଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପିତ ହେଲା

ମନ୍ଦିରର ଟ୍ରଷ୍ଟି ତଥା ପରିଷଦର ସଭାପତି ଡୁଡାଲା ଶ୍ରୀନିବାସଙ୍କ ନେତୃତ୍ୱରେ ଚାଲିଥିଲା ଏହି ଉତ୍ସବ ପୂର୍ବରୁ ଜେକେପୁରର କଲ୍ୟାଣ ଭେଙ୍କଟେଶ୍ୱରା ମନ୍ଦିରରେ କାଲାଶ ଯାତ୍ରା ଆରମ୍ଭ ହୋଇଥିଲା । ଉକ୍ତ ମାଙ୍ଗଳିକ ମହୋତ୍ସବରେ ପ୍ରତ୍ୟେକ ପଞ୍ଚରାତ୍ର ଆଗମୋକ୍ତ, ପଞ୍ଚାହ୍ନିକ ଦୀକ୍ଷା ପରିମିତ, ପଞ୍ଚ କୁଣ୍ଡାତ୍ମକ ହୋମ ଯଜ୍ଞ, ବିଦାନେନ, ମୂଲ, ୟାଗ, ବଲି, ସ୍ନାନ ତୀର୍ଥୟାତ୍ରା, ଶ୍ରୀ ଚତୁର୍ଭୁଜ ତାୟାର୍, ଶ୍ରୀସୁଦର୍ଶନ, ଆକ୍ବାର୍ଲା, ବୈନତେୟା, କ୍ଷେତ୍ରପାଲକା ଦାସାଞ୍ଜନେୟା, ଧ୍ବଜସ୍ତମ୍ଭ ସ୍ଥାପନା, ରାଜଗୋପୁର, ର୍ୟତ୍ର ଶିଖରକୁଭ ଚକ୍ରାଦି ପାରମ୍ପାରିକ ରୀତି ନୀତି ରେ ପୂଜା ଅର୍ଚ୍ଚନା କରି ମନ୍ଦିର ର ଗର୍ଭ ଗୃହରେ ଶ୍ରୀ ଲକ୍ଷ୍ମୀନରସିଂହ ସ୍ବାମୀଙ୍କ ବିଗ୍ରହ ସ୍ଥାପିତ କରାଯାଇଛି । ପାଞ୍ଚ ରାତ୍ର ଶ୍ରୀବିଷ୍ଣୁ ସହସ୍ର ନାମ ସ୍ତୋତ୍ରର ସାମୂହିକ ଉଚ୍ଚାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଅଂଶ ଗ୍ରହଣ କରିଥିଲେ ।