ରାଷ୍ଟ୍ରପତି ଙ୍କ ଠାରୁ ଆଚୁଲି ଗାଁ’ର ଜଣେ ଛାତ୍ରୀ ବିଶ୍ୱ ବିଦ୍ୟାଳୟରେ ସ୍ନାତକ, ଆର୍ଟ୍ସ ରେ ଟପ୍ପର ଯୋଗୁଁ ପୁରସ୍କୃତ

0
72
ରାଷ୍ଟ୍ରପତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୨/୦୩) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଚୁଲି ଗାଁ’ର ବିନୋଦ ପଣ୍ଡା, ମାତା ବିରାଜିନୀ ପଣ୍ଡାଙ୍କ କନ୍ୟା ଶୁଚିସ୍ମିତା ପଣ୍ଡା ଯିଏକି ତାରା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ମଧ୍ୟ ଥିଲେ।WhatsApp Image 2024 03 01 at 20.32.30 ରାଷ୍ଟ୍ରପତି ଙ୍କ ଠାରୁ ଆଚୁଲି ଗାଁ'ର ଜଣେ ଛାତ୍ରୀ ବିଶ୍ୱ ବିଦ୍ୟାଳୟରେ ସ୍ନାତକ, ଆର୍ଟ୍ସ ରେ ଟପ୍ପର ଯୋଗୁଁ ପୁରସ୍କୃତ

ରାଷ୍ଟ୍ରପତି ଙ୍କ ଠାରୁ ଆଚୁଲି ଗାଁ’ର ଜଣେ ଛାତ୍ରୀ ବିଶ୍ୱ ବିଦ୍ୟାଳୟରେ ସ୍ନାତକ, ଆର୍ଟ୍ସ ରେ ଟପ୍ପର ଯୋଗୁଁ ପୁରସ୍କୃତ । ତେବେ ତାଙ୍କର ଅକ୍ଲାନ୍ତ ଉଦ୍ୟମ ଓ ପ୍ରଚେଷ୍ଟା ଯୋଗୁଁ ବିଶ୍ୱ ବିଦ୍ୟାଳୟ ରେ ମଧ୍ୟ ସ୍ନାତକ ରେ ଏବଂ ଆର୍ଟ୍ସ ରେ ଟପର ହୋଇଛନ୍ତି । ସେଥିପାଇଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବରେ ମହା ମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଅନ୍ୟ ଉପସ୍ଥିତ ଅତିଥି, କୁଳପତି, ଓ ଅନ୍ୟାନ୍ୟ ଷ୍ଟାଫ, ଅତିଥି ଙ୍କ ଉପସ୍ଥିତିରେ ଆର୍ଟ୍ସରେ ସ୍ନାତକରେ ଟପ୍ପର ହୋଇଥିବା ଛାତ୍ରୀ ଶୁଚିସ୍ମିତା ପଣ୍ଡାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେଥି ପାଇଁ ତାଙ୍କ ପରିବାର ସହିତ ତାରା ତାରିଣୀ ମହାବିଦ୍ୟାଳୟର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକଙ୍କ ସହ ବିଭାଗୀୟ ଅଧ୍ୟାପକ, ସମସ୍ତ ସହପାଠୀ, ଓ ଅଞ୍ଚଳର ବରିଷ୍ଟ ଶିକ୍ଷାବିତ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏବଂ ତାଙ୍କର ଭବିଷ୍ୟତ ର ଉର୍ନ୍ନତି ପାଇଁ ସମସ୍ତେ ଜଗନ୍ନାଥଙ୍କ ପାଖରେ କାମନା କରିଛନ୍ତି ।