କାଶୀନଗର ବ୍ଲକରେ ଥିବା ପାଞ୍ଚୋଟି ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ

0
57
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩/୩) : କାଶୀନଗର ବ୍ଲକ ମଧ୍ୟରେ ଥିବା ପାଞ୍ଚୋଟି ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ ହୋଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଏହି ଯୁଗାନ୍ତକାରୀ ଯୋଜନା ଯାହାକି ଯେଉଁ ପଂଚାୟତ ମାନଙ୍କରେ ବ୍ୟାଙ୍କ ସୁବିଧା ପହଂଚି ପାରୁ ନାହିଁ ସେହି ପଞ୍ଚାୟତ ମାନଙ୍କୁ ଚି଼ହ୍ନଟ କରି ସେଠାର ଗର୍ଭବତୀ ମହିଳା, ବିକଳାଙ୍ଗ, ବୟସ୍କ ଲୋକଙ୍କ ନିକଟରେ ବ୍ୟାଙ୍କ ସୁବିଧା କରିବା ପାଇଁ ଏହି ଆମ ବ୍ୟାଙ୍କ ଯୋଜନା ହୋଇଛି । କାଶୀନଗର ବ୍ଲକ ର ଅଲଡା, ଗରିବନ୍ଧା, ଖାରଡ଼ା, ସିଦ୍ଧାମଡ଼ଙ୍ଗ ଓ ପାର୍ତ୍ତଡା ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵିତୀୟ ପର୍ଯାୟ ଉଦ୍ଘାଟନ ରେ ସାମିଲ ହୋଇଥିଲା । ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଗରିବନ୍ଧା ପଞ୍ଚାୟତରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଉପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା ଅଲଡା ଓ ସିଦ୍ଧାମଡ଼ଙ୍ଗ ପଞ୍ଚାୟତ ଠାରେ ଯୋଗ ଦେଇଥିଲେ ।

କାଶୀନଗର ବ୍ଲକ ଉପାଧ୍ୟାକ୍ଷା ଏସ କଲ୍ୟାଣୀ ଦେବି ଖାରଡ଼ା ଠାରେ ଆମ ବ୍ୟାଙ୍କ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାଶୀନଗର ବ୍ଲକର ଅତିରିକ୍ତ ନିର୍ବାହୀ ଅଧିକାରୀ ନାରାୟଣ ପାଢ଼ୀ ଓ ରଜତ କୁମାର ପାଢ଼ୀ ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଆମ ବ୍ୟାଙ୍କ ସେବା ପଞ୍ଚାୟତ ମାନଙ୍କ ରେ ଆରମ୍ଭ ହୋଇଥିବାରୁ ପଞ୍ଚାୟତର ଗ୍ରାମବାସୀ ମାନେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ କୃତଜ୍ଞତା ଜଣାଇ ଧନ୍ୟବାଦ ଦେଇଛନ୍ତି ।