ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା

0
63
ପଲଙ୍କ ଉପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୩/୦୩) : ପଲଙ୍କ ଉପରେ ଚମ୍ପା ନାଗ । ନାଗ ସାପର ଫଣା ଦେଖି ସମସ୍ତେ ଭୟବୀତ । ଭଦ୍ରକ ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଲ୍ଲୀନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରୁ ଏକ ବିରାଟ ଚମ୍ପା ନାଗ ଉଦ୍ଧାର ହୋଇଛି ।

ରାତିରେ ଖାଇବା ସାରି ପଲଙ୍କ ଉପରେ ଶୋଇଥିଲେ ଏହି ଘରର ଜଣେ ମହିଳା । ହଠାତ୍ କିଛି ସମୟ ପରେ ଶୁଭିଥିଲା ଫଁ ଫଁ ଶବ୍ଦ । ହଠାତ୍ ସେ ଉଠି ଦେଖିଲେ ଯେ ଏକ ହାତ ଉଚ୍ଚର ପଲଙ୍କ ନାଗ ସାପ ଫଣା ଟେକି ଠିଆ ହୋଇଛି । ପରିବାର ଲୋକେ ଓ ଗ୍ରାମବାସୀ ଏହି ବିରାଟ ଚମ୍ପା ନାଗକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଫୋନ କରାଯାଇଥିଲା । ସଙ୍ଗ ସଙ୍ଗେ ସାପ ଧରାଳି ମିର୍ଜା ଆରିଫ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ ।