ଭଦ୍ରକ ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ : ବଦଳିଯିବ ସମୀକରଣ ! ଚର୍ଚ୍ଚାରେ ଏହି ନ୍ୟୁ-ଏଣ୍ଟ୍ରି

0
226

ରିପୋର୍ଟ : ଦେବଦତ୍ତ ରଥ
ଭୁବନେଶ୍ୱର/ଭଦ୍ରକ,(୩୦/୧୧) : ଭଦ୍ରକ ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ, ବଦଳିଯିବ ସମୀକରଣ ! ଭଦ୍ରକ ବିଜେପିରେ ଏକ ସାମ୍ଭାବ୍ୟ ନୂଆ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଏବେ ଜୋର୍ ଜୋର ଧରିଛି ।WhatsApp Image 2021 11 30 at 10.47.10 AM 1 ଭଦ୍ରକ ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ : ବଦଳିଯିବ ସମୀକରଣ ! ଚର୍ଚ୍ଚାରେ ଏହି ନ୍ୟୁ-ଏଣ୍ଟ୍ରି

ଚନ୍ଦୁ ଭାଇନା ବା ଚନ୍ଦୁ ନନା ଭାବରେ ଭଦ୍ରକ ମାଟି ର ଏକ ଅତି ପରିଚିତ ଚେହେରା ତଥା “ସହିଦ୍ ଭଗତ ସେନା” ଆବାହକ ସୀତାଂଶୁ ଶେଖର ମହାପାତ୍ର ଖୁବ୍ ଶୀଘ୍ର ରାଜନୀତିରେ ପ୍ରବେଶ କରିବେ ଏବଂ ସେ ବିଜେପି ରେ ଯୋଗଦେବେ ବୋଲି ଆଲୋଚନା ଜୋର୍ ଧରିଛି । ଏଭଳି ହେଲେ ଭଦ୍ରକ ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ |

ଭଦ୍ରକ ଜିଲ୍ଲା ସୋସିଆଲ୍ ମିଡିଆରେ ସୀତାଂଶୁ ଏବେ ପୂରା ଛାଇ ଯାଇଛନ୍ତି । ସୀତାଂଶୁ ରାଜନୀତି କୁ ଆସନ୍ତୁ ବୋଲି ଅନେକ ଯୁବଗୋଷ୍ଠୀ ଚାହୁଁଛନ୍ତି । “ଭଦ୍ରକରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ସେହି ନୂତନ ଅଧ୍ୟାୟ ଆରମ୍ଭ କହିବାକୁ ଯାଉଛନ୍ତି ଆମର ପ୍ରିୟର ମଣିଷ ଚନ୍ଦୁ ନନା । ଭଦ୍ରକ ଜିଲ୍ଲା ରାଜନୀତି କୁ କ୍ଷଣିକେ ପରିବର୍ତ୍ତନ କରିବାର ଦକ୍ଷତା ରଖୁଥିବା ସୀତାଂଶୁ ମହାପାତ୍ର (ଚନ୍ଦୁ ନନା) ନାମ ହିଁ ଯଥେଷ୍ଟ । ଥରେ ଖାଲି ଆଦେଶ ଆସୁ ଦଳ, ବ୍ୟକ୍ତି, ଜାତି ସବୁ ଭୁଲି ଯିବୁ ।” ଏହିପରି ସବୁ କ୍ୟାପ୍ସନ୍ ଥିବା ଲେଖା ସୋସିଆଲ୍ ମିଡିଆରେ ଘନଘନ ପୋଷ୍ଟ୍ ହେଉଥିବା ଦେଖିବାକୁ ମିଳୁଛି ।

ଯାହା ଜଣାପଡ଼ିଛି ବାସ୍ତବରେ ସୀତାଂଶୁ ମହାପାତ୍ରଙ୍କର ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଏକ ବଡ଼ ପ୍ରଭାବ ରହିଛି । ବିଶେଷ କରି ତାଙ୍କ ହାତରେ ଏକ ବଡ଼ ଯୁବଗୋଷ୍ଠୀ ରହିଛନ୍ତି । “ସହିଦ୍ ଭଗତ ସେନା” ନାମରେ ଏକ ସାମାଜିକ ସଙ୍ଗଠନ ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଏକତ୍ରିତ କରି ସୀତାଂଶୁ ଅନେକ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ ରହି ଆସୁଛନ୍ତି ।

ଦଳମତ ନିର୍ବିଶେଷରେ ତାଙ୍କର ଏକ ସ୍ୱତନ୍ତ୍ର ପ୍ରଭାବ ରହିଛି । ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତେବେ, ଭଦ୍ରକ ବିଜେପିରେ ଥିବା ଗୋଷ୍ଠୀବାଦ ବନ୍ଦ ହୋଇଯିବ । ଏପରିକି ବିପକ୍ଷ ଦଳର ଅନେକ ଯୁବକ ଆସି ସୀତାଂଶୁ ଙ୍କ ନେତୃତ୍ୱରେ ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି । ଭଦ୍ରକରେ ସୀତାଂଶୁଙ୍କ ଜବରଦସ୍ତ ପ୍ରଭାବ କାରଣରୁ ଭଦ୍ରକ ବିଧାୟକ (ବିଜେଡି) ସଞ୍ଜୀବ ମଲ୍ଲିକ କୁଆଡ଼େ ସୀତାଂଶୁ ଙ୍କ ରାଜନୀତିରେ ପ୍ରବେଶ ହେଉ ବୋଲି ଚାହୁଁନାହାଁନ୍ତି ।

ତେଣୁ, ସଞ୍ଜୀବ ସୀତାଂଶୁଙ୍କ ବାଟ ଓଗାଳୁଛନ୍ତି ବୋଲି ଆଲୋଚନା ହେଉଛି । ବାସ୍ତବରେ ସୀତାଂଶୁ ହିଁ ଭଦ୍ରକରେ ବିଜେଡିକୁ କଡ଼ା ଟକ୍କର ଦେଇ ପାରିବେ । କିନ୍ତୁ, ଯଦି ସୀତାଂଶୁଙ୍କ ବିଜେପିରେ ପ୍ରବେଶ କରନ୍ତି ତେବେ, ପୂର୍ବ ବିଜେପି ବିଧାୟକ ପାର୍ଥି ଡା: ପ୍ରଦୀପ କୁମାର ନାୟକ ଏବଂ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ସମେତ ଆଉ କିଛି ଆଶାୟୀଙ୍କ ଆଶା ଚୁରମାର୍ ହୋଇଯିବ ବୋଲି ମଧ୍ୟ ଆଲୋଚନା ହେଉଛି ।