ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗର ମାଧ୍ୟମ ସାଜିବ ବିଜୁ ସେତୁ /ପନ୍ଦର କୋଟିର ଚାରୋଟି ସେତୁ ଶିଳାନ୍ୟାସ

0
52
ଦୁର୍ଗମ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୩ /୩) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ଦୁର୍ଗମ ୪ ଗୋଟି ପଂଚାୟତରେ ବିଜୁ ସେତୁ ଯୋଜନାରେ ଉଚ୍ଚ ସ୍ତରୀୟ ବ୍ରିଜ ନିର୍ମାଣ ପାଇଁ ୧୫ କୋଟି ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି lWhatsApp Image 2024 03 03 at 20.03.10 ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗର ମାଧ୍ୟମ ସାଜିବ ବିଜୁ ସେତୁ /ପନ୍ଦର କୋଟିର ଚାରୋଟି ସେତୁ ଶିଳାନ୍ୟାସ

ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତର ଡେଲାମୁଣ୍ଡା ଠାରୁ ଗତିଙ୍ଗିଆ ରାସ୍ତାରେ ୨ କୋଟି ୮୭ ଲକ୍ଷ ଟଙ୍କା ଓ ସଲାଗୁଡା ପଞ୍ଚାୟତ ର ସକରପଡି ରୁ ବୁକୁକିଆ ରାସ୍ତାରେ ୨ କୋଟି ୯୦ ଲକ୍ଷ ଟଙ୍କାରେ ବ୍ରିଜ ନିର୍ମାଣ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ସେହିପରି ବୁଡୁରୁକିଆ ପଞ୍ଚାୟତ ର ମାଦିନାଟ ନାଳ ଉପରେ ୫ କୋଟି ୫ ଲକ୍ଷ ଟଙ୍କା ଓ ସୀନ୍ଦ୍ରିଗାଁ ପଞ୍ଚାୟତ ର ଗାଡିଆଯୋଡି ନାଳ ଉପରେ ୩ କୋଟି ୯୬ ଲକ୍ଷ ଟଙ୍କାରେ ଉଚ୍ଚ ସ୍ତରୀୟ ବ୍ରିଜ ନିର୍ମାଣ ନେଇ ବାଲିଗୁଡା ବିଧାୟକ ଓ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l

ଉପାନ୍ତ ଅଂଚଳ ରେ ଗମନା ଗମନ କ୍ଷେତ୍ର ର ବିକାଶ ନେଇ ଚାରି ଗୋଟି ଉଚ୍ଚ ସ୍ତରୀୟ ବ୍ରିଜ ନିର୍ମାଣ ପାଇଁ ୧୫ କୋଟି ଟଙ୍କା ର ଅର୍ଥ ରାଶି ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଦୁର୍ଗମ ଅଂଚଳ ରେ ଯାତାୟାତ ର ସୁବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ବାଲିଗୁଡା ଅଂଚଳ ବାସୀ l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ମିଶାବତୀ ମଳିକ, ଉପାଧ୍ୟକ୍ଷା ନିକଜିନି ଦିଗାଳ, ସ୍ଥାନୀୟ ସରପଞ୍ଚ ସମେତ ଗ୍ରାମ୍ୟ ଉନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁବାସ ଚନ୍ଦ୍ର ପାତ୍ର, ସହକାରୀ ଯନ୍ତ୍ରୀ ପିକେ ବେହେରା ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ l