ଧର୍ମଗଡ ଠାରେ ନୂଆ – ଓ ଛାତ୍ରବୃତ୍ତି ବିତରଣ କାର୍ଯକ୍ରମ

0
57
ଧର୍ମଗଡ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୩/୦୩) : ଆଜି ପଞ୍ଚାୟତ ମହାବିଦ୍ୟାଳୟ ସାମ୍ନା ପଡ଼ିଆରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଧର୍ମଗଡ ଠାରେ ନୂଆ – ଓ ଛାତ୍ରବୃତ୍ତି ବିତରଣ କାର୍ଯକ୍ରମ । 5T ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଉଦଘାଟନ କରିବା ସହ ଅନୁମୋଦନ ଆଦେଶ ବଣ୍ଟନ କରିଥିଲେ । ଏହି ଛାତ୍ରବୃତ୍ତି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ, ଯେଉଁମାନଙ୍କର ପିତାମାତା ସ୍ଥାୟୀ ସରକାରୀ କର୍ମଚାରୀ ନୁହନ୍ତି କିମ୍ବା ଯେଉଁ ଅଭିଭାବକମାନେ ଆୟକର ଦିଅନ୍ତି ନାହିଁ । ସ୍ନାତକ ଓ ସ୍ନାତକୋତ୍ତର ର ପଢୁଥିବା ଛାତ୍ରଙ୍କୁ ୯ହଜାର ଓ ଛାତ୍ରୀଙ୍କ ପାଇଁ ୧୦ହଜାର ଟଙ୍କା ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଉଛି । ଅନୁସୂଚିତ ଜାତି, ଜନ ତଥା ନିର୍ମାଣ ଶ୍ରମିକ ଙ୍କ ପୁଅଙ୍କୁ ବାର୍ଷିକ ୧୦ ହଜାର ଓ ଝିଅ ଙ୍କୁ ୧୧ ହଜାର ଟଙ୍କା ଛାତ୍ର ବୃତ୍ତି ଦିଆଯାଉଛି ।

ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଏବଂ ବେସରକାରୀ ମହାବିଦ୍ୟାଳୟ ରେ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ଏହି ବୃତ୍ତିରାଶି ସିଧା ସଳଖ ନିଜ ବ୍ୟାଙ୍କ୍ ଆକାଉଣ୍ଟ ଖାତା ରେ ପ୍ରଦାନ କରାଯାଉଛି । ଯୁବକମାନଙ୍କୁ ସଶକ୍ତି କରଣ,ନିଜର ଦକ୍ଷତା ବିକାଶ ତଥା ରାଜ୍ୟ ସମୃଦ୍ଧି ରେ ନିଜର ସହଭାଗିତା ଏବଂ ରୂପାନ୍ତରିତ କାର୍ଯ୍ୟ ପରିପେକ୍ଷିରେ ନୂଆ ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଛାତ୍ରବୃତ୍ତି ବଣ୍ଟନ ବ୍ୟତୀତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମାର୍ଚ୍ଚ ୫ ତାରିଖରେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ର ଶୁଭାରମ୍ଭ କରାଯିବ | ମୂଳତଃ ଏହି ମ୍ୟାଜିକ୍ କାର୍ଡ , ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ| ଏହି କାର୍ଡ୍ ରହିବ
୧. ୱାଇଫାଇ ଆକସେସ୍
୨. ବହି କିଣିବାରେ ରିହାତି
୩. ଯାତ୍ରାରେ ରିହାତି (ବସ୍/ଟ୍ରେନ୍)
୪. ଅନଲାଇନ୍ କ୍ଲାସରୁମ୍ ର ସୁବିଧା
୫. ଅନଲାଇନ୍ କ୍ୟାରିୟର କାଉନସେଲିଂ
୬. ଫୋନ୍ ପାଇଁ ରିଚାର୍ଜ କରିବା
ମ୍ୟାଜିକ୍ କାର୍ଡ ହେଉଛି ଆଧାର କାର୍ଡ, ଯଦି ଛାତ୍ର ଭଲ ପ୍ରଦର୍ଶନ କରେ ତେବେ ସେମାନଙ୍କୁ ସିଲଭର କାର୍ଡ ଅପଗ୍ରେଡ୍ କରାଯାଇପାରିବ, ପରେ ଗୋଲ୍ଡେନ୍ ଏବଂ ତା’ପରେ ପ୍ଲାଟିନମ୍ କାର୍ଡ ଯାହା ଦ୍ୱାରା ସେମାନେ ସେମାନଙ୍କ ଅଧ୍ୟୟନ ଖର୍ଚ୍ଚ ପରିଚାଳନା କରିପାରିବେ ବୋଳି ପ୍ରକାଶ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସମୃଦ୍ଧି କାମନା କରିଛନ୍ତି । ଆର୍ଥିକ ଅନଟନ କାରଣରୁ ଉଚ୍ଚ ଶିକ୍ଷାରେ କୌଣସି ଛାତ୍ରଛାତ୍ରୀ ପଛରେ ରହିବା ଉଚିତ ନୁହେଁ ବୋଲି ତାଙ୍କର ଲକ୍ଷ୍ୟ ଥିଲା । ଏହି ନୂଆ-ଓ ଛାତ୍ରବୃତ୍ତି ମାଧ୍ୟମରେ ସ୍ୱପ୍ନ ପୂରଣ ହେବ । ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଜରିଆରେ କଳାହାଣ୍ଡି ଜିଲ୍ଲାରେ ୩୩ ଟି କଲେଜ ରୁ ୧୩,୦୭୪ ଜଣ ଛାତ୍ରଛାତ୍ରୀଙ୍କୁ ୧୨,୯୩,୫୯,୦୦୦ ଟଙ୍କା ଛାତ୍ର ବୃତ୍ତି ପ୍ରଦାନ କରାଯାଉଛି । ଏମାନଙ୍କ ମଧ୍ୟରୁ ୬୯୯୩ ଜଣ ଛାତ୍ର ଏବଂ ୬୦୮୧ ଜଣ ଛାତ୍ରୀ ଅଟନ୍ତି।ମଞ୍ଚରେ ୫ଟି ଅଧ୍ୟକ୍ଷ ୧୩ ଜଣ ଛାତ୍ର ଛାତ୍ରୀ ଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ ।

ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ର ଜ୍ୟୋତିର୍ମୟ ନାୟକ, ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀ ପାଟଣାର ସବିତା ମାଝୀ, ପଞ୍ଚାୟତ ମହାବିଦ୍ୟାଳୟର ସୁଭଦ୍ରା ନାଏକ, ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଯାଇପତାନର ନୃସିଂହ ଚରଣ ଦାସ, ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ, ଜୁ ନାଗଡର ଅର୍ପିତା ଦଣ୍ଡସେନା,କେସିଙ୍ଗା ମହାବିଦ୍ୟାଳୟ, କେସିଙ୍ଗା ର ଆଦିତ୍ୟ ଶଙ୍କର ସୁନା, ମଦନପୁର ରାମପୁର ଡ଼ିଗ୍ରୀ ମହାବିଦ୍ୟାଳୟର ଝରଣା ପ୍ରଧାନି, ପଞ୍ଚାୟତ ସମିତି ମହାବିଦ୍ୟାଳୟର ଭୀମ ଗୌଡ, ସର୍ବମଙ୍ଗଳା ମହାବିଦ୍ୟାଳୟ ଗୋଲାମୁଣ୍ଡା ର ଚ୍ଛୁବନ୍ ନାଏକ, ମହାରାଣୀ କସ୍ତୁରିକା ମୋଦୀନୀ ଦେବୀ ମହାବିଦ୍ୟାଳୟ କଲମପୁର ର ଅବନ୍ତୀ ନାଏକ, ଜଗନ୍ନାଥ୍ ମହାବିଦ୍ୟାଳୟ ରିଶିଡ଼ା ର ରଶ୍ମି ରେଖା ସାହୁ, ପଂଚାୟତ ସମିତି ମହାବିଦ୍ୟାଳୟ କୋକସରା ର ଦଧିସ୍ମିତା ଦୁର୍ଗା, ମା ହିରାନୀଲା ମହାବିଦ୍ୟାଳୟ ବିଶ୍ଵନାଥପୁରର ରୋଷନ୍ ଲାଲ ଶେଠ୍ ଙ୍କୁ ବୃତ୍ତି ସାର୍ଟି ଫିକେଟ ପ୍ରଦାନ କରିଥିଲେ ।

କୁସୂର୍ଲା ମହାବିଦ୍ୟାଳୟ ର ୩୨୩, ଆଞ୍ଚଳିକ ବସ୍ତରଣି ମହାବିଦ୍ୟାଳୟ ସାନ ଚେରଗାଁ ୫୫୮, ବର୍ଡର ମହାବିଦ୍ୟାଳୟ କା ଙ୍କେରି ୨୩୫,ଚନ୍ଦ୍ରିକା ଜୈନ ମହାବିଦ୍ୟାଳୟ ବୋର୍ଡା ୪୦୮, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଭବାନୀପାଟଣା ୮୦, ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ମହାଲିଂ ୫୦୭, ଧବଳେଶ୍ବର ମହାବିଦ୍ୟାଳୟ ମୋହନଗିରି ୨୦୫, ଧର୍ମଗଡ ମହିଳା ମହାବିଦ୍ୟାଳୟ ୪୨୧, ଗାୟତ୍ରୀ ବିଜ୍ଞାନ ମହାବିଦ୍ୟାଳୟ ୪୮,କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ୨୬୨୧, ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ୬୦୩, ଇନ୍ଦ୍ରାବତୀ ମହାବିଦ୍ୟାଳୟ ଜୟପାଟଣା ୫୨୬, ଜୟ ପ୍ରକାଶ ସନ୍ଧ୍ୟା ମହାବିଦ୍ୟାଳୟ ଭବାନୀପାଟଣା ୩୩୮,ଜଗନ୍ନାଥ୍ ମହାବିଦ୍ୟାଳୟ ରିଶିଡ଼ା ୩୪୧, କର୍ଲାପଡା ମହାବିଦ୍ୟାଳୟ ୩୦୨, କେସିଙ୍ଗା ମହାବିଦ୍ୟାଳୟ ୬୦୨, କୌଶିକ ବାବା ମହାବିଦ୍ୟାଳୟ ତେରେସିଂହା ୨୨୮ ।

ମା ହୀରାନିଲା ମହାବିଦ୍ୟାଳୟ ବିଶ୍ୱନାଥପୁର ୩୪୦, ମଦନପୁର ରାମପୁର ମହାବିଦ୍ୟାଳୟ ୫୯୩, ମହାରାଣୀ କସ୍ତ୍ତୁରିକା ମୋହିନୀ ଦେବୀ ମହାବିଦ୍ୟାଳୟ ୩୩୦, ମଡର୍ନ ମହା ବିଦ୍ୟାଳୟ ଧର୍ମଗଡ ୧୧୩, ମୋହନ ପ୍ୟାରୀ ମହାବିଦ୍ୟାଳୟ ରାଜପୁର ୧୬୧, ପଞ୍ଚାୟତ ମହା ବିଦ୍ୟାଳୟ ଧର୍ମଗଡ ୬୦୬, ପଞ୍ଚାୟତ ମହାବିଦ୍ୟାଳୟ ବେଲଖଣ୍ଡି ୧୭୬, ପଞ୍ଚାୟତ ମହାବିଦ୍ୟାଳୟ ବଡ ଚେର ଗାଁ ୧୪୯,ପଞ୍ଚାୟତ ମହାବିଦ୍ୟାଳୟ ନର୍ଲା ୩୩୮ ।

ପଞ୍ଚାୟତ ମହାବିଦ୍ୟାଳୟ କୋକସରା ୩୩୮, ପ୍ରଗତି ମହାବିଦ୍ୟାଳୟ ଭବାନୀପାଟଣା ୨୧୮, ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଜୁନାଗଡ ୪୩୦, ସରସ୍ଵତୀ ମହାବିଦ୍ୟାଳୟ ଭବାନୀପାଟଣା ୪୧, ସର୍ବମଙ୍ଗଳା ମହାବିଦ୍ୟାଳୟ ଗୋଲାମୁଣ୍ଡା ୬୬୩, ଶାସ୍ତ୍ରିଜି ମହାବିଦ୍ୟାଳୟ ଭବାନୀପାଟଣା ୮୭, ଶ୍ରୀ ଭୂତେଶ୍ଵର ମହାବିଦ୍ୟାଳୟ ୧୩୫ ଜଣ ଛାତ୍ର ଛାତ୍ରୀ ଙ୍କୁ ବୃତ୍ତି ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମରେ ସମୁଦାୟ ୫୭୩୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।