ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ

0
37
ଜିଆଇଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୪/୩) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି ।WhatsApp Image 2024 03 04 at 18.25.19 1 ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ

ଶିକ୍ଷା ମନ୍ତ୍ରଣାଳୟ, ନୂଆଦିଲ୍ଲୀ ସ୍ଥିତ ଏ ଆଇ ସି ଟି ଇ ଏବଂ ଅମୃତ କାଳ ବିମର୍ଷ ବିକଶିତ ଭାରତ @୨୦ ହିଁ ୪୭ର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଆମେରିକାସ୍ଥିତ ନେସନାଲ ୟୁନିଭେର୍ସିଟି ସାନ ଦିଇଗୋ ର ପ୍ରଫେସର ତଥା ଏକ୍ସସ୍କିଲ୍ଳେନ୍ସ ର ସଭାପତି ତଥା ସି ଇ ଓ ଡ଼ଃ. ଏସ. ଆର .ସୁବ୍ରମାନ୍ୟ ଯୋଗଦେଇ ଯୁକ୍ତିଯୁକ୍ତ ଚିନ୍ତା ଏବଂ ସମସ୍ୟା ସମାଧାନ ବିଷୟରେ ପୁଙ୍ଖନୁପୁଙ୍ଖ ଭାବେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି କର୍ମଶାଳା ଦ୍ୱାରା ଛାତ୍ରଛାତ୍ରୀ ମାନେ ନିଜ ନିଜର ସମସ୍ୟା ସମାଧାନ ଦିଗରେ ସହାୟକ ହେବ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଡ଼ ଏନ .ଭି .ଜଗନ୍ନାଧା ରାଓ କହିଛନ୍ତି ।