ଜୁଆଖେଳ ରେ ପୁଲିସ ର ଚଢ଼ାଉ, ୩୦୫୦ଟଙ୍କା ଓ ୬ଟି ବାଇକ ଜବତ : ୪ଗିରଫ

0
60
ଜୁଆଖେଳ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୩) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସାରଙ୍ଗପାଲି ଗ୍ରାମ ନିକଟରେ ଚାଲିଥିବା ଜୁଆଖେଳ ଉପରେ ବିନିକା ଥାନା ଆଇଆଇସି ସାରଙ୍ଗଧର ପାଣିଗ୍ରାହିଙ୍କ ନେତୃତ୍ବରେ ପୁଲିସ ଷ୍ଟାଫ୍ ଅଚାନକ ଚଢ଼ାଉ କରି୍‌ଥିଲେ ।

ଏହି ଚଢ଼ାଉରେ ବିନିକା ଥାନା ଅଶୁରଗଡ଼ ଗ୍ରାମର କନିଷ୍ଟ ହରିପାଲ, ସାରଙ୍ଗପାଲିର ସନାତନ ବେହେରା , ରାମପୁର ଥାନା ତେଲିଟିକିରା ର ଶତୃଘନ ମେହେର, ଉଲୁଣ୍ଡା ଥାନା ଡ଼ାଲଡ଼ବା ର ସୁଦାମ ଭୋଇ କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ସେମାନଙ୍କ ଠାରୁ ନଗଦ ୩୦୫୦ ଟଙ୍କା, ତାସ -୨ପାକେଟ, ସାଇକେଲ ଗୋଟିଏ, ମଟର ସାଇକେଲ -୬ ଟି, ମୋବାଇଲ ୪ଟି ଜବତ କରିଥିବା ପୁଲିସ ସୁଚନା ଦେଇଛନ୍ତି । ଏନେଇ ବିନିକା ଥାନାରେ ଏକ ମାମାଳା ରୁଜ୍ଜୁ କରି ୪ ଜଣଙ୍କୁ ବିନିକା କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ସମସ୍ତଙ୍କ ବେଲ ମଞ୍ଚୁର ହୋଇଥିବା ବିନିକା ଆଇଆଇସି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।