ଭତ୍ତା ହିତାଧିକାରୀଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ଟଙ୍କା ବଣ୍ଟନର ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

0
66
ଭତ୍ତା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୧/୦୨) : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ ଙ୍କ ଦୈନ୍ୟନ୍ଦିନ ଜୀବନ ଯାପନ କୁ ସହଜ ଓ ସୁଗମ କରିବା ନିମନ୍ତେ ଓଡିଶା ସରକାରଙ୍କ ତରଫରୁ ହିତାଧିକାରୀଙ୍କ ଭତ୍ତା କୁ ବର୍ଦ୍ଧିତ କରାଯାଇଛି l

ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ କଳାପଥର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତର ସମସ୍ତ ଭତ୍ତା ହିତାଧିକାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବର୍ଦ୍ଧିତ ହାରରେ ଭତ୍ତା ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି l ଆଜି ଶୁଭାରମ୍ଭ ରେ କଳାପଥର ପଞ୍ଚାୟତର ୪୭୫ ଜଣ ମଧୁବାବୁ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ବର୍ଦ୍ଧିତ ହାରରେ @୧000 ଓ @ ୧୨00 ଲେଖାଏଁ ତଥା ଜାତୀୟ ଭତ୍ତା ଯୋଜନାରେ ସାମିଲ ୩୬୮ଜଣ ଙ୍କୁ ବର୍ଦ୍ଧିତ ଭତ୍ତା @ ୫00 ଟଙ୍କା ଲେଖାଏଁ ଫେବୃଆରୀ ମାସ ନିମନ୍ତେ ପ୍ରଦାନ କରାଯାଇଛି l

କାର୍ଯ୍ୟକ୍ରମରେ ଅତିଥି ଭାବେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ବି ଡି ଓ ସୌମ୍ୟ ରଞ୍ଜନ ସ୍ୱାଇଁ, ସରପଞ୍ଚ କଳାପଥର ନବୀନ ଚନ୍ଦ୍ର ମେହେର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ, କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ହିତାଧିକାରୀ, ଜନସାଧାରଣ ସହ ବ୍ଲକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତଥିଲେ l