ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି, ୨୫ ଛାତ୍ରଛାତ୍ରୀ ଅସୁସ୍ଥ

0
36
ମଧ୍ୟାହ୍ନ ଭୋଜନରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୫/୦୩) : ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି । ଆଉ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଲେ ୨୫ରୁ ଅଧିକ ପିଲା ।

ଏପରି ଏକ ସାଂଘାତିକ ଅଭିଯୋଗ ଭଦ୍ରକ ବଡ଼ ଶଙ୍କରପୁରର ଏକ ଉର୍ଦ୍ଦୁ UGME ସ୍କୁଲରୁ ଆସିଛି । ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଦାମୋଦର ଜୀଉ ସେବାୟତନ ପକ୍ଷରୁ ଗତକାଲି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା । କିଛି ପିଲା ଖାଇବା ପରେ ଖାଦ୍ୟରେ ଝିଟିପିଟି ଥିବା ଦେଖିଥିଲେ ଏବଂ ସେହି ଝିଟିପିଟି ଥିବା ଖାଦ୍ୟ ଖାଇଥିବାରୁ ଜଣଙ୍କ ପରେ ଜଣେ ଅସୁସ୍ଥ ହେବାକୁ ଲାଗିଲା । ବାନ୍ତି ଓ ମୁଣ୍ଡ ବୁଲାଇ ପିଲାମାନେ ଅସୁସ୍ଥତା ଅନୁଭବ କରିଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏହାପରେ ତୁରନ୍ତ ଆମ୍ବୁଲାନ୍ସରେ ଅସୁସ୍ଥ ପିଲାଙ୍କୁ ନେଇ ଭଦ୍ରକ MCHରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ପିଲା ଭଦ୍ରକ ମେଡିକାଲର ଶିଶୁ ବିଭାଗରେ ଚିକିତ୍ସାଧିନ ଅଛନ୍ତି । ସେମାନଙ୍କ ଅବସ୍ଥା ଏବେ ସୁସ୍ଥ ଥିବା ଜଣାଯାଇଛି । ଖବର ପାଇ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଡାକ୍ତରଖାନା ଯାଇ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ତେବେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଦାମୋଦର ଜୀଉ ସେବାୟତନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।