ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ହତ୍ୟା ଅଭିଯୋଗ

0
33
ରାଜଧାନୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୦୩) : ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ୱର ର ଡେଲଟା ଛକ ରେଙ୍ଗାଲି ବସ୍ତିର ଦୀପକ ସାହୁ ।

ତାଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ମାଆ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ, ଗତକାଲି ଦୀପକ କିଛି ଯୁବକଙ୍କ ସହ ଘରୁ ବାହାରକୁ ଯାଇଥିଲେ । ଦିନ ୨ଟା ବେଳେ ତାଙ୍କର ୨ଜଣ ସାଙ୍ଗ ଦୀପକଙ୍କୁ ଅଚେତ ଅବସ୍ଥାରେ ଘରକୁ ଆଣିଥିଲେ । ଅତ୍ୟଧିକ ବ୍ରାଉନସୁଗାର ଖାଇଥିବାରୁ ସେ ଅଚେତ ହୋଇଯାଇଥିବା ସେମାନେ କହିଥିଲେ । ତୁରନ୍ତ ପରିବାର ଲୋକେ ଦୀପକଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ଏବଂ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି । ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଦୀପକଙ୍କ ମା’ ପୁଅକୁ ନିଶା ଦେଇ ତାର ସାଙ୍ଗମାନେ ମାରିଦେଇଥିବା ଅଭିଯୋଗ କରିଛନ୍ତି ।