ମୋହନା ହିଲଟପ କଲେଜ ରେ ନୂଆ ଓ ଛାତ୍ର ଛାତ୍ରୀ ବୃତ୍ତି ପ୍ରଦାନ

0
100
ମୋହନା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୭/୩) : ବିଜୁ ବାବୁ ଙ୍କ ଜନ୍ମ ଦିନ ରେ ମୋହନା ଠାରେ ନୂଆ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମୋହନା ଠାରେ ଥିବା ହିଲଟପ କଲେଜ ସମ୍ମିଳନୀ କକ୍ଷ ରେ ଏକ ସଭା କଲେଜ ଅଧ୍ୟକ୍ଷ ଜଗନାଥ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ସ୍ୱୟଂ ପ୍ରଭା ସାହୁ ପୌରାହିତ୍ୟ କରିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ କଲେଜ ସମ୍ପାଦକ ତଥା ବିଜେଡି ଜିଲ୍ଲା ଉପ ସଭାପତି ଶ୍ରୀ ଦଣ୍ଡସୀ ସାହୁ ଯୋଗ ଦେଇଥିଲେ । କଲେଜ ସଭାପତି ଦିବାକର ପାଢ଼ୀ ସମ୍ମାନିତ ଅତିଥିଭାବେ ଭାବେ ଯୋଗ ଦେଇଥିଲେ, ଛାତ୍ରଙ୍କୁ ନଅ ହଜାର ଓ ଛାତ୍ରୀଙ୍କୁ ଦଶ ହଜାର ମୋଟ ୪୯୮ ଜଣଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି, ପ୍ରଵାଦ ପୁରୁଷ ଙ୍କୁ ସ୍ମୃତି ଚାରଣ ସହ ଏହି ନୂଆ ଓ କାର୍ଯ୍ୟକ୍ରମ ରେ ବହୁ ଛାତ୍ର ଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା ବହୁ ଅବିଭାବକ ଯୋଗ ଦେଇଥିଲେ ।