କାଶୀନଗର ରେ ଏସ୍ ଏଚ୍ ଜି ସୁଧ ଫେରସ୍ତ ମେଳା

0
79
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୦୨) : କାଶୀନଗର ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଏସ୍ ଏଚ୍ ଜି ସୁଧ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି ।

ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ । ଏ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା ବି.ସାୟାମ୍ମା ସଭାପତିତ୍ୱ କରିଥିବା ବେଳେ ଉପାଧ୍ୟକ୍ଷା ଏସ୍ . କଲ୍ୟାଣୀ, ବି ଡି ଓ ଶରତ ପାତ୍ର, ଏନ୍ ଏ ସି ନିର୍ବାହୀ ଅଧିକାରୀ ଭଗବତ ସାହୁ , ଏନ୍ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ , ଜିଲ୍ଲା ପରିଷଦ ଜୋନ୍-୧ ସଦସ୍ୟା ଆର.ରାଜ୍ୟଲକ୍ଷ୍ମୀ, ସି ଡି ପି ଓ କନକଲତା ପୂଜାରୀ ପ୍ରମୁଖ ମଂଚାସୀନ ହୋଇ ସଶକ୍ତ ମହିଳା ସଶକ୍ତ ଓଡିଶା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

୨୦ଟି ଏସ୍ ଏଚ୍ ଜି କୁ ସେମାନଙ୍କ ବ୍ୟାଙ୍କ ଲୋନ୍ ଆଧାରରେ ମୋଟ ଦଶ ଲକ୍ଷ ସତର ହଜାର ଟଙ୍କାର ସୁଧ ଫେରସ୍ତ ସମ୍ପର୍କିତ ଡମି ଚେକ୍ ପ୍ରଦାନ କରା ଯାଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ଏନ୍ ଏ ସି ସମେତ ସିଧାମାଡଙ୍ଗ, ରାଣୀପେଣ୍ଠ, ଶିଆଳି, ହାଡ଼ୁଭାଙ୍ଗି ପଂଚାୟତରେ ସଫଳତାର ସହ କାର୍ଯ୍ୟରତ ଏସ୍ ଏଚ୍ ଜିଗୁଡିକ ସୁଧ ଫେରସ୍ତ ଯୋଜନାରୁ ସର୍ବାଧିକ ଉପକୃତ ହୋଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ଉପରୋକ୍ତ ପରିମାଣର ସୁଧ ଫେରସ୍ତ କରା ଯାଇଛି ।