ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

0
35
ନୂତନ

ରିପୋର୍ଟ : ଶତୃଘ୍ନ ରାଉଳ
ଯାଜପୁର, (୦୯/୦୩) : ଆଜି ଧର୍ମଶାଳା ବ୍ଲକରେ ନୂତନ ଭାବେ ମଧୁବାବୁ ପେନସନ ଯୋଜନାରେ ଯୋଗ୍ୟ ବିବେଚିତ ହୋଇଥିବା ୨୬୪୧ ଜଣ ହିତାଧିକାରୀଙ୍କୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଭତ୍ତା ବଣ୍ଟନ କରିଥିଲେ ।

ଏଥିରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଭିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ୧୩, ୧୪ ଓ ୧୫ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଜଳଧର ମହାନ୍ତି, ସ୍ମୃତିରେଖା ବେହେରା, ଚକ୍ରଧର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନିରଞନ ରାଉତ ଓ ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ ଏବଂ ୪୫ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ଅଧିକାରୀ ଉପସ୍ଥିତ ରହିଥିଲେ ।