ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ହାଲ ଦ୍ଵନ୍ଦ ରେ ଜନତା !

0
119
ପାରଳାଖେମୁଣ୍ଡି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୯/୩) : ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଲୋକଙ୍କ ମନରେ ଦ୍ଵନ୍ଦ ସେତିକି ବଢ଼ି ଚାଲିଛି ।WhatsApp Image 2024 03 09 at 06.31.13 ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ହାଲ ଦ୍ଵନ୍ଦ ରେ ଜନତା !

ପ୍ରକାଶ ଥାଉକି ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବର୍ତମାନ ବିଜେପିର ବିଧାୟକ କେ. ନାରାୟଣ ରାଓ ବିଜେଡି ରେ ଥିଲେ, ଦଳ ତାଙ୍କ ଟିକେଟ କାଟି ଦେବା ରୁ ସେ ସାଙ୍ଗେ ନିଜ ଲୋକ ଙ୍କ ସହ କଥା ହୋଇ ବିଜେପି କୁ ଲମ୍ଫ ଦେଲେ ଓ ନିର୍ବାଚନ ରେ ବିଜେପି ଟିକେଟ ରେ ଜିତି ନିଜ ର ଶକ୍ତି ପ୍ରଦର୍ଶନ ଦେଖାଇଥିଲେ । ବିଜେଡି ରାଜ କୁମାରୀ ଙ୍କୁ ବିଜେଡି ଟିକେଟ ଦେଲା, ସେ ବିଜେଡି ଟିକେଟ ରେ ଲଢ଼ି ପରାଜୟ ବରଣ କଲେ । ହାଇଟେକ ଚେୟାରମ୍ୟାନ ଶ୍ରୀ ତିରୁପତି ପାଣିଗ୍ରାହୀ କଂଗ୍ରେସ ଟିଜେଟ ପାଇବେ ବୋଲି ଶେଷ ଯାଏଁ ଅପେକ୍ଷା କଲେ କିନ୍ତୁ କଂଗେସ ସିଟିଙ୍ଗ ବିଧାୟକ ଥିବା କେ. ସୂର୍ଯ୍ୟ ରାଓ ଙ୍କୁ ଟିକେଟ ଦେଇଥିଲା, ଶେଷ ରେ ଶ୍ରୀ ପାଣିଗ୍ରାହୀ ସ୍ୱାଧୀନ ଭାବେ ଲଢ଼ି ବିଜେପି କୁ ଟକ୍କର ଦେଇଥିଲେ ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଟି ଗୁମ୍ମା, ଗୋଶାଣୀ, କାଶୀନଗର ବ୍ଲକ ଓ ପାରଳାଖେମୁଣ୍ଡି ମୁନିସିପାଲିଟି, କାଶୀନଗର ଏନ. ଏ ସି କୁ ନେଇ ଗଠିତ । କଂଗ୍ରେସ ର ଦବଦବା ଗୁମ୍ମା ବ୍ଲକ ତଥା ଆଦିବାସୀ ଅଂଚଳ ରେ ଏଯାଏଁ ରହିଛି, ହେଲେ ରାଜନୈତକ ପାଣିପାଗ ସବୁ ବେଳେ ଗୋଟେ ପ୍ରକାର ନ ଥାଏ, ସ୍ୱାଧୀନ ଓ କଂଗ୍ରେସ ର ତୃଣ ମୂଳ ସ୍ତର ର ନେତା ଠାରୁ ସର୍ବୋଚ୍ଚ ନେତା ମାନେ ବିଜେଡି ରେ ଅନୁପ୍ରବେଶ କଲେ, ଯାହାଫଳରେ ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ ବିଜେଡି ବାଜିମାତ କଲା, ବିଜେପିର ସ୍ଥିତି ଖରାପ ହୋଇଗଲା ।

ଏବେ ଏହି ନିର୍ବାଚନ ମଣ୍ଡଳୀ ରେ ତ୍ରିମୁଖୀ ପ୍ରଶତିଦ୍ବନ୍ଦିତା ହେବ, ଯଦି ବିଜେପି ବିଜେଡି ମେଣ୍ଟ ନ ହୁଏ | ଯଦି ହୁଏ ତାହା ହେଲେ ସ୍ଥିତି ଅଲଗା ହୋଇଯିବ | ଯଦି ଭାଗ ବଣ୍ଟା ଛିଣ୍ଡେ ତାହା ହେଲେ ଏହି ନିର୍ବାଚନ ମଣ୍ଡଳୀ ଟି ବିଜେପି ଖାତା ରେ ଥିବାରୁ ଏବେ ମଧ୍ୟ ବିଜେପି ପଶିବ ବୋଲି ବିଜେପି ଧ୍ରୁଡ଼କ୍ତି ପ୍ରକାଶ କରୁଥିବା ବେଳେ ବିଜେଡି ଶିବିର ନିରାଶ ହେବାକୁ ପଡିବ, ଯଦିଓ ବିଜେଡି କୁ ଟିକେଟ ମିଳେ ସେଥିପାଇଁ ମଧ୍ୟ ଦଳ ଭିତରେ ଆନ୍ତର୍ଦ୍ୱନ୍ଦ୍ୱ ହେବନି ତୋ, କଂଗ୍ରେସ ର ଶ୍ରୀ ବିଜୟ ପଟନାୟକ ଯିଏ କି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଅଛନ୍ତି ସେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ଗତ ଏକ ବର୍ଷ ହେଲା ଡେରା ପକାଇ ଆସୁଛନ୍ତି ସେ ମଧ୍ୟ ପାରଳା ଟାଉନ, କାଶୀନଗର, ଗୁମ୍ମା, ଗୋଶାଣୀ ରେ ବୁଲି ତାଙ୍କ ସମର ସଜ୍ଜା ଅରମ୍ଭ କରିଦେଇଛନ୍ତି ।

ଏଣୁ ବିଜେଡି ବିଜେପି ମେଣ୍ଟ ହେଲେ କଂଗ୍ରେସ ଫାଇଦା ସ୍ଥିତିରେ ରହିବ ବୋଲି ଆଶା ବାନ୍ଧିଚି, ସେପଟ ଗତ ନିର୍ବାଚନରେ କଂଗ୍ରେସ ରୁ ପ୍ରାର୍ଥୀ ଥିବା ରାଜନୀତି କୁ ଦୁରେଇ ରହୁଛନ୍ତି । ବିଜେଡି ଯୁବ ନେତା ଇ. ରୁପେଶ ପାଣିଗ୍ରାହୀ ଏହି ଟିକେଟ ଲବି ରେ ଅଛନ୍ତି, ବିକେପି କେ ନାରାୟଣ ରାଓ ଙ୍କୁ ହିଁ ପ୍ରାର୍ଥୀ କରିପାରେ? ଏଣୁ ମେଣ୍ଟ ନ ହେଲେ ତ୍ରିମୁଖୀ ପ୍ରତି ଦ୍ବନ୍ଦିତା ହେବ ।