ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା

0
55
ପରିବାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୯/୦୩) : ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ପୁଣ୍ଡୁପୋଖରୀ ସାହିରେ ଅଭାବନୀୟ ଘଟଣା ।

ହାତୀ ଭୟରେ ଘରୁ ବାହାରି ଜୀବନ ବଞ୍ଚାଇବା ପାଇଁ ଦୌଡି ଯାଉଥିବା ବେଳେ ମହିଳାଙ୍କୁ ଶୁଣ୍ଡରେ ଟାଣିନେଲା ଦନ୍ତା । ମୃତକ ଇତୱାରୀ ବଦ୍ରା । ରାତି ୩ ଟା ସମୟରେ ଖାଦ୍ୟ ଅନ୍ବେଷଣ ପାଇଁ ଗାଁକୁ ପଶି ଆସିଥିଲା ଦନ୍ତା । ଗ୍ରାମବାସୀ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବାବେଳେ ଜୀବନ ବଞ୍ଚାଇବାକୁ ଇତୱାରୀ ଘର ଭିତରୁ ବାହାରି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଦନ୍ତାହାତୀ ମହିଳାଙ୍କୁ ଶୁଣ୍ଡରେ ଟାଣି ନେଇ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା । ବନବିଭାଗର ଏକ ଟିମ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।