ଅସହାୟ ଅବସ୍ଥାରେ ବୃଦ୍ଧା ମାଆ,ଭୋକ ଉପାସ ରେ ଦିନ କାଟୁଛନ୍ତି ସୁକାନ୍ତି ; ପୁଅ କଲା ପର

0
47
ଅସହାୟ ଅବସ୍ଥାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୮/୦୩) : ନିଜ ପୁଅ ନିଜ ସ୍ତ୍ରୀ ଓ ସନ୍ତାନଙ୍କୁ ନେଇ ଅନ୍ୟତ୍ର ଶୁଖି ସଂସାର କରି ଥିବା ବେଳେ ଏପଟେ ଭୋକ ଉପାସ ରେ ମାଆ ଙ୍କ ଆଖିରୁ ଲୁହ ସୁଖୁନି ।

ଅସହାୟ ଅବସ୍ଥାରେ ବୃଦ୍ଧା ମାଆ,ଭୋକ ଉପାସ ରେ ଦିନ କାଟୁଛନ୍ତି ସୁକାନ୍ତି ; ପୁଅ କଲା ପର । ବର୍ଷାଧିକ କାଳ ହେବ ନିଜ ସ୍ବାମୀ ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ନିଜ ମାଆକୁ ପର କରି ଦେଇଛି । ଏକ ଜରିପାଲ ଘୋଡ଼ା ଘରେ ବିପଦ ସଙ୍କୁଳ ଅବସ୍ଥାରେ ମାସିକ ୫ କେଜି ଚାଉଳ ଓ ମାସିକ ବାର୍ଦ୍ଧ୍ୟକ୍ୟ ଭତ୍ତା ରେ ଦିନ କାଟୁଛନ୍ତି । ପ୍ରକାଶ ଯେ,ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ୱାର୍ଡ ନଂ -୧୫ ନିବାସୀ ସୁକାନ୍ତି ରଣା ଏକ ଆବାସ ଯୋଜନା ଆବେଦନ କରି ପାଇଥିଲେ,ଘର ଅଧା ନିର୍ମାଣ ହୋଇ ସାରିଛି । ହେଲେ ତାଙ୍କ ସ୍ଵାମୀ ଏକ ବର୍ଷ ହେବ ହଟାତ ମୃତ୍ୟୁ ବରଣ କରିଥିଲେ । ସ୍ବାମୀ ଙ୍କ ମୃତ୍ୟୁ ପରେ ସୁକାନ୍ତି ଙ୍କ ପୁଅ ଉକ୍ତ ଅର୍ଦ୍ଧ୍ ନିର୍ମିତ ଘରୁ ତଡ଼ି ଦେଇ ଥିଲେ ।

ଉକ୍ତ ଘର କଡରେ ଏକ ଜରି ପାଲ ଦେଇ ବର୍ଷାଧିକ କାଳ ଧରି ଆଶ୍ରୟ ନେଇ ଥିବାବେଳେ ମାସିକ ଭତ୍ତା ଓ ପାଞ୍ଚ କେଜି ଚାଉଳ ତାଙ୍କ ଭରଷା,ଅପରପକ୍ଷେ ତାଙ୍କ ପୁଅ ଓ ନିଜ ସ୍ତ୍ରୀ ଓ ସନ୍ତାନ ଙ୍କୁ ନେଇ ବେଶ୍ ଆରାମ ରେ ଚଳୁ ଥିବା ବେଳେ ଏ ବୃଦ୍ଧା ମାଆ ପେଟରେ ଦାନା ଦେବ କିଏ ? ଏକ କନ୍ୟା ସନ୍ତାନ ଜନ୍ମ ନ କରି ଆଜି ମୋର ଏ ଅବସ୍ଥା ,ବୋଲି ସୁକାନ୍ତି ପ୍ରକାଶ କରିଛନ୍ତି ।